ଯୁବକବି ବଳବନ୍ତ ସାହୁଙ୍କ କବିତା ସଂକଳନ ‘ଧାନଫୁଲ’ ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ପଞ୍ଚାନନ ଭୋଇ): ସାହିତ୍ୟ ପତ୍ରିକା ସୃଜନ ସଳିତା ‘ନବନୀତା’ ପକ୍ଷରୁ ଆୟୋଜିତ ଯୁବ ସାହିତ୍ୟିକ ସମାବେଶ ‘ପଲ୍ଲବନ’ ଅବସରରେ ଯୁବକବି ବଳବନ୍ତ ସାହୁଙ୍କ କବିତା ସଂକଳନ ‘ଧାନଫୁଲ’ ଉନ୍ମୋଚିତ ହୋଇଯାଇଛି।

ବଲାଙ୍ଗିର ସାମ୍ବାଦିକ ଭବନଠାରେ ପତ୍ରିକାର ସଂପାଦକ ରାଜେଶ ଝାଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଶିଷ୍ଟ ସାହିତ୍ୟିକ ବାସୁଦେବ ସୁନାନୀ, ସାମାଜିକ କର୍ମୀ ତଥା ସାହିତ୍ୟିକ ସରୋଜ ମହାନ୍ତି ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ।

କବି ଶ୍ରୀ ସାହୁ ଲେଖକୀୟ ବକ୍ତବ୍ୟ ରଖିଥିବା ବେଳେ ଅଧ୍ୟାପକ ଡ. କୌତୁକ ପନ୍ଦର ପୁସ୍ତକର ସଂକ୍ଷିପ୍ତ ସମୀକ୍ଷା ଉପସ୍ଥାପନ କରିଥିଲେ।

କାର୍ଯ୍ୟକ୍ରମରେ ପତ୍ରିକାର ସୃଜନ ସହଯୋଗୀ ଡ. ଜଗନ୍ନାଥ ସାହୁ, ପରିଚାଳନା ସମ୍ପାଦକ ଯୁଜେଷ୍ଠି ମେହେର ପ୍ରମୁଖ ସହଯୋଗ କରିଥିଲେ। ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ବ୍ଲକ୍ ଅନ୍ତର୍ଗତ ଭୁଷଲାଡ଼ ନିବାସୀ ବଳବନ୍ତ ନବପ୍ରଜନ୍ମର ଜଣେ ପ୍ରତିଭାବାନ କବି।

ତାଙ୍କ କବିତାରେ ଜୀବନର ତମାମ୍ ଅସହାୟତା, ଅପାରଗତା, ଏକ୍ଲାପଣ, ଅତୃପ୍ତି ଓ ଅପ୍ରାପ୍ତିର ଭାବନା ସୂକ୍ଷ୍ମ ଭାବରେ ପ୍ରତିଫଳିତ। ତାଙ୍କର ପ୍ରଥମ କବିତା ସଙ୍କଳନ ସୁଖପାଠ୍ୟ ହେବ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.