ଶ୍ରାବଣ ମାସ ପ୍ରଥମ ସୋମବାରରେ ଚଳଚଞ୍ଚଳ ସମସ୍ତ ଶୈବପୀଠ: ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବୋଲ୍‌ ବମ୍‌ ହରହର ବମ୍‌, ଓଁ ନମଃ ଶିବାୟ ଧ୍ୱନିରେ ଉଛୁଳି ଉଠୁଛି କଳାହାଣ୍ଡି ଜିଲ୍ଲାର ସମସ୍ତ ଶୈବ ପୀଠ। ଶିବ ଭକ୍ତଙ୍କ ଗହଳି ଲାଗିଛି। କାହା କାନ୍ଧରେ କାଉଡ଼ି ତ କାହା ହାତରେ ଜଳପୂର୍ଣ୍ଣ ଲୋଟା। ଏପଟେ ରାସ୍ତାରେ ଓ ନଦୀରେ ବି କାଉଡ଼ିଆଙ୍କ ଗହଳି। କାରଣ ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ମହାପ୍ରଭୁ ଭୋଳା ଶଙ୍କରଙ୍କ ମସ୍ତକରେ ଜଳଲାଗି କରିବା ପାଇଁ କେତେ କେତେ ଦୂରରୁ ଖାଲି ପାଦରେ ଚାଲି ଚାଲି ଛୁଟି ଆସିଛନ୍ତି ଭକ୍ତ। କିଏ ମାନସିକ ପୁରଣ ପରେ ତ ଆଉ କେହି ମାନସିକ ରଖି ଛୁଟି ଚାଲିଥିଲେ ପ୍ରଭୁଙ୍କୁ ଜଳାଭିଷେକ କରିବା ପାଇଁ। ତେବେ ଆଜି ପ୍ରଥମ ସୋମବାରରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଶୈବ ପୀଠରେ ଜଳ ଲାଗି କରୁଛନ୍ତି କାଉଡ଼ିଆ। ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶୈବପୀଠ। ଶ୍ରାବଣ ମାସରେ କାଉଡିଆମାନେ ମାନସିକ କରି ଶିବଙ୍କ ମସ୍ତକରେ ଜଳଲାଗି କରିଥାନ୍ତି। ପବିତ୍ର ନଦୀରୁ ଜଳ ଉଠାଇ ଶୈବପୀଠରେ ପହଞ୍ଚିଛନ୍ତି କାଉଡିଆ। ସକାଳୁ ସକାଳୁ ବାବାଙ୍କ ନୀତିକାନ୍ତି ବଢିବା ପରେ ଧାଡ଼ିରେ ଯାଇ ଜଳଲାଗି କରୁଛନ୍ତି କାଉଡି଼ଆ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.