ନର୍ଲା ଥାନାରେ ଯୋଗଦେଲେ ଥାନାଧିକାରୀ ବିଜୟରାଜ ମାଝୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନର୍ଲା ଥାନାରେ ନୂତନ ଥାନାଧିକାରୀ ଭାବେ ଯୋଗ ଦେଇଛନ୍ତି  ବିଜୟରାଜ ମାଝୀ। ଏହାପୂର୍ବରୁ ସେ ବିଶ୍ୱନାଥପୁର ଥାନାରେ ଥିଲେ। ନର୍ଲା ଥାନାଧିକାରୀଙ୍କ ବଦଳି ପରେ ସେ ନୂତନ ଦାୟିତ୍ୱଭାର ଗ୍ରହଣ କରିଛନ୍ତି। ଏହି ଅବସରରେ ଲାଞ୍ଜିଗଡ଼ ସାମ୍ବାଦିକ ସମୁହ ତରଫରୁ ଲାଞ୍ଜିଗଡ଼ ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗ, ପିଇଡବ୍ଲ୍ୟୁ ମିଡିଆ ଏସୋସିଏସନର ସାଧାରଣ ସଂପାଦକ ଗୋପାଳଦାସ ମହାନନ୍ଦ, କୋଷାଧ୍ୟକ୍ଷ ନୀଲେଶ କୁମାର ନାଗ ପ୍ରମୁଖ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଥାନାଞ୍ଚଳର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ଲାଞ୍ଜିଗଡ଼ ବ୍ଲକର ଗୋବର୍ଦ୍ଧନପୁର, ଲାଞ୍ଜିଗଡ଼ରୋଡ଼, କମର୍ଦ୍ଧା, କଦମ୍ବଗୁଡା ଓ ଭୁର୍ଟିଗଡ଼ ପଞ୍ଚାୟତ ନର୍ଲା ଥାନା ଅଧୀନରେ ଆସୁଥିବାବେଳେ ଏହା ଅଧୀନରେ ସିକେରକୁପା ଫାଣ୍ଡି ମଧ୍ୟ ରହିଛି। ସେହିପରି ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ଛତିକୁଡ଼ା ଛକରୁ ଢେପଗୁଡା ଘାଟି ପର୍ଯ୍ୟନ୍ତ ଏହି ବ୍ୟସ୍ତବହୁଳ ରାସ୍ତାରେ ନିତିପ୍ରତି ଘଟୁଥିବା ଦୁର୍ଘଟଣା, ବିଭିନ୍ନ ବେଆଇନ କାର୍ଯ୍ୟକଳାପକୁ ରୋକିବା ସହିତ ରାଜପଥରେ ପେଟ୍ରୋଲିଂ କରିବା, ଥାନାଞ୍ଚଳରେ ଅପରାଧ ରୋକିବା ସହିତ ଆଇନକାନୁନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ନେଇ ସାମ୍ବାଦିକ ସମୁହର ସଦସ୍ୟମାନେ ଥାନାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.