ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ଆଜି ୨୮ ଜୁଲାଇ ସୋମବାର ଦିନ କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟ ଖାଁ ଖାଁ ଲାଗୁଥିଲା। ପ୍ରତି ସୋମବାର ଅଭିଯୋଗ ଶୁଣାଣି ହୋଇଥାଏ, ଏବଂ ଏହା ପୂର୍ବାହ୍ନ ୧୦ଟାରୁ ଚାଲୁ ହୁଏ ବୋଲି କାନ୍ଥରେ ଲେଖାଯାଇଛି। ଏପଟେ ଆଜି ପୂର୍ବାହ୍ନ ୧୦.୩୦ ସମୟରେ ବ୍ଲକ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କ ଦେଖା ନଥିଲା। ସାଧାରଣ ଜନତା ବହୁ ଦୂର ଦୁରାନ୍ତରୁ ଆସି ବାରଣ୍ଡାରେ ବସି ବସି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।