ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମର ନୂଆ ଜିଲାପାଳ ଭି. କୀର୍ତ୍ତି ଭାସନ ଆଜି ମା’ ତାରାତାରିଣୀଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ମାଆଙ୍କ ଦର୍ଶନ ପରେ ସେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ଲୋକଙ୍କୁ ନେଇ ୨୨ ଗୋଟି ବ୍ଲକରେ କାମ କରିବା, ଜନସାଧାରଣଙ୍କ ଯେଉଁ ସବୁ ଅଭିଯୋଗ ଏବଂ ସମସ୍ୟା ରହିଛି ତାହାକୁ ପ୍ରାଥମିକତା ଭିତ୍ତରେ ଗୁରୁତ୍ବ ଦେଇ ସମାଧାନ କରିବା, ଗଞ୍ଜାମ ଜିଲ୍ଲା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପଛରେ ଅଛି ତାହାକୁ କିପରି ଆଗକୁ ନିଆଯାଇ ପାରିବ ସେନେଇ ସମସ୍ତେ ସହଯୋଗ କରିବାକୁ କହିଛନ୍ତି। ଜିଲାର ସମସ୍ତ ଜନପ୍ରତିନିଧୂଙ୍କ ମତାମତକୁ ନେଇ ଜିଲାର ବିକାଶ ଦିଗରେ ପଦକ୍ଷେପ ନେବେ ବୋଲି କହିଥିବା ବେଳେ ଜିଲାରେ ଅନେକ ପ୍ରକଳ୍ପ କାର୍ଯ୍ୟ ଚାଲିଛି, ତାହା କିପରି ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ଆଗାମୀ ଦିନରେ ସମସ୍ତ ବିଭାଗର ଅଧୂକାରୀଙ୍କୁ ନେଇ ବୈଠକ କରାଯିବ ବୋଲି କହିଥିଲେ। ବିଶେଷ କରି ଗଞ୍ଜାମର ଅଧିଷ୍ଠାତ୍ରି ଦେବୀ ମା ତାରାତାରିଣୀଙ୍କ ପୀଠରେ ଚାଲିଥିବା ଅନେକ ଉନ୍ନୟନମୂଳକ କାର୍ଯ୍ୟ କିପରି ଶେଷହେବ, ତାହା ବୁଲି ଦେଖିବା ସହ ଏହି ପୀଠର ବିକାଶ ଦ୍ୱାରା ପର୍ଯ୍ୟଟକମନେ ଏଠକୁ ଆକର୍ଷିତ ହୋଇ ପାରିବେ ତା’ଉପରେ ଗୁରୁତ୍ୱ ଦେବେ ବୋଲି ବୋଲି ଜିଲାପାଳ କହିଛନ୍ତି।