ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ସଦର ବ୍ଲକ ପିତାମହଲ ଗ୍ରାମ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ଅବସ୍ଥିତ ଭାମସି ଇନଷ୍ଟିଚ୍ୟୁଟ ଅଫ୍ ମେନେଜମେଣ୍ଟ ଷ୍ଟଡ଼ି (VIMS) ଶିକ୍ଷା ଅନୁଷ୍ଠାନ ପ୍ରେକ୍ଷାଳୟ ଠାରେ ମେନେଜମେଣ୍ଟ ବିଭାଗ ପକ୍ଷରୁ ୨୦୨୫-୨୦୨୭ ବୈଷୟିକ (M.B.A) ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଦିବସୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ପ୍ରଫେସର କରୁଣାକର କରକରିଆଙ୍କ ତତ୍ୱାବଧାନରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଅଧକ୍ଷ ବି.ଭି ରବି କୁମାର, ମୁଖ୍ୟ ବକ୍ତା ଭାବେ ପ୍ରଫେସର ସନତ କୁମାର ପ୍ରଧାନ ଯୋଗଦେଇଥିଲେ | ମୁଖ୍ୟ ଅତିଥି ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ କରିବା ସହ ସଠିକ ଶିକ୍ଷା ମନୁଷ୍ୟର ଦାୟିତ୍ବ ସମ୍ପନ୍ନ ବୋଲି ସରଳ ଭାଷାରେ ବୁଝାଇଥିଲେ | ମୁଖ୍ୟ ବକ୍ତା ଛାତ୍ର ଛାତ୍ରୀ ମାନଙ୍କୁ ଦୈନନ୍ଦିନ ଶିକ୍ଷା ଗ୍ରହଣ କଲେ ସମସ୍ତ ବର୍ଗଙ୍କୁ ସଠିକ ସ୍ଥାନ ମିଳିପାରେ ବୋଲି କହିଥିଲେ | ପ୍ରଫେସର କରୁଣାକର ଅନୁଷ୍ଠାନର ସ୍ବପ୍ନ, ଉଦେଶ୍ୟ ଓ ଇଂରାଜୀ ର SMILE ଶବ୍ଦ କୁ ଅତି ସରଳ ଭାବ ପିପିଟି ମାଧ୍ୟମରେ ଉପସ୍ଥାପନା କରିଥିଲେ | ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୨୦ ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ରହି ବିଭିନ୍ନ ପ୍ରକାର ନାଚ ଗୀତ ର ଆଶର ସହ ଖେଳ କୁଦ ଜମାଇଥିଲେ | ଅନୁଷ୍ଠାନରୁ ୧୫ ଜଣ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ପ୍ରଫେସର ବି.ଲାବନ୍ୟା କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ | ଶେଷରେ ଅନୁଷ୍ଠାନର ବେଦ ପ୍ରକାଶ କର ଧନ୍ୟବାଦ ଅର୍ପଣ କରିଥିଲେ |