ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାକୁ ଏନଏସି ଘୋଷଣା କରିଛନ୍ତି ରାଜ୍ୟ ସରକାର। ରବିବାର ଏହି ଖବର ଜଣା ପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ନର୍ଲା ନିର୍ବାଚନ ମଣ୍ଡଳୀ ସ୍ବାଭିମାନ ବିକାଶ ମଞ୍ଚ ପକ୍ଷରୁ ଏନେଇ ନର୍ଲାରେ ଖୁସି ମନାଇବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ଏହା ସହ ବିଧାୟିକା ମନୋରମା ମହାନ୍ତିଙ୍କୁ ସାକ୍ଷାତ କରି ଧନ୍ୟବାଦ ଅର୍ପଣ କରିଛନ୍ତି ନର୍ଲା ନିର୍ବାଚନ ମଣ୍ଡଳୀ ସ୍ବାଭିମାନ ବିକାଶ ମଞ୍ଚର କାର୍ଯ୍ୟକର୍ତ୍ତା, ଉପଦେଷ୍ଟା ଓ ସଦସ୍ୟବୃନ୍ଦ ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ନର୍ଲା ସମିତି ସଦସ୍ୟ ସଂଘ ସଭାପତି ଜୟ ମେହେର, ପର୍ଶୁରାମ ପଣ୍ଡା, ମନ୍ମଥ ପୁଝାରୀ, ମନ ସାହୁ, ଗୋବିନ୍ଦ ତାଣ୍ଡି, ଚଣ୍ଡିଦାସ ସାହୁ, ସୁଦର୍ଶନ ଦୋରା, ମହେଶ ଚାନ୍ଦ, ସୁଧିର ନାଏକ, ଘାସିରାମ ସାହୁ, କିଶୋର ମାଝୀ, ମିଟୁ ଡାକୁଆ,ଦେବାଶିଷ ପଟ୍ଟନାୟକ, ସମୀର ରାଉତ, ଅନି ବାଗ, ପୂର୍ଣ୍ଣ ପୂଝାରୀ, ଲିଲୁ ଗୌଡ, ପ୍ରିୟବ୍ରତ ଚାନ୍ଦଙ୍କ ସମେତ ଶତାଧିକ ସଦସ୍ୟ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ନର୍ଲା ଓ ମ.ରାମପୁରକୁ ଏନଏସି ମାନ୍ୟତା ଘୋଷଣା କରାଯାଇଥିଲା। ତେବେ ସରକାର ବଦଳିବା ପରେ ଏହି ନିଷ୍ପତ୍ତିକୁ ଚାପି ଦିଆଯାଇଥିଲା। ଗତ ଅଗଷ୍ଟ ୨୫ ରେ ନର୍ଲା ନିର୍ବାଚନ ମଣ୍ଡଳୀ ସ୍ୱାଭିମାନ ବିକାଶ ମଞ୍ଚ ପକ୍ଷରୁ ନର୍ଲା ଓ ମ.ରାମପୁରକୁ ଏନଏସି ମାନ୍ୟତା ପ୍ରଦାନ ଦାବୀ ନେଇ ବିଶାଳ ଶୋଭାଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦେଇଥିଲା। ଏଥିରେ ବିଧାୟିକା ମନୋରମା ମହାନ୍ତି ସାମିଲ ହୋଇ ନର୍ଲାକୁ ଏନଏସି ମାନ୍ୟତା ଦେବାପାଇଁ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ନର୍ଲା ନିର୍ବାଚନ ମଣ୍ଡଳୀ ସ୍ବାଭିମାନ ବିକାଶ ମଞ୍ଚ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମର ସଂଯୋଜକ ଥିଲେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି। ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ନର୍ଲାକୁ ଏନଏସି ଘୋଷଣା କଲେ କିନ୍ତୁ ସମସ୍ତ ମାନଦଣ୍ଡ ପୂରଣ କରୁଥିବା ସତ୍ତ୍ୱେ ମ.ରାମପୁର ବାଦ୍ ପଡ଼ିଲା। ତେଣୁ ସରକାର ମ.ରାମପୁରକୁ ଏନଏସି ମାନ୍ୟତା ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ନର୍ଲା ନିର୍ବାଚନ ମଣ୍ଡଳୀ ସ୍ବାଭିମାନ ବିକାଶ ମଞ୍ଚ ଓ ନର୍ଲା ବିଧାୟିକା ପ୍ରକାଶ କରିଛନ୍ତି।