ସେପ୍ଟେମ୍ବର ୧୦ରେ ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ଯାଦବ ସମାଜର ନୂଆଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସରିଯାଇଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ, ଚାଲିଛି ଭେଟଘାଟ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ଯାଦବ ସମାଜ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ନୂଆଖାଇ ଭେଟଘାଟ। ରୁପ୍ରାରୋଡ ଲକ୍ଷ୍ମୀ ପୂଜା ମଣ୍ଡପ ଠାରେ ଆସନ୍ତା ସେପ୍ଟେମ୍ବର ୧୦ ତାରିଖ ବୁଧବାର ଦିନ ଏନେଇ ଭବ୍ୟ କାର୍ଯ୍ୟକ୍ରମ ହେବବୋଲି ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ଯାଦବ ସମାଜର ସଭାପତି ତ୍ରିଲୋଚନ ଗଉଡ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଯାଦବ ସଂସ୍କୃତିର ମହାନ ବିଭବ ବାଡ଼ିଖେଳ ପ୍ରଦର୍ଶିତ ହେବା ସହ ମଶାଲ ଯାତ୍ରା, ସାମାଜିକ ସଭା ଓ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ ଅତିଥି ଭାବେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ଚୁଡାନ୍ତ ପ୍ରସ୍ତୁତି ବୈଠକରେ ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ଯାଦବ ସମାଜର ସଭାପତି ତ୍ରିଲୋଚନ ଗଉଡ, ଉପସଭାପତି ପିତାମ୍ବର ଖୁଣ୍ଟୁଲା, ସାଧାରଣ ସମ୍ପାଦକ ଲକ୍ଷ୍ମଣ କରୁଆଁ, ଯୁଗ୍ମ ସମ୍ପାଦକ ସୁବାଶ ଗହୀର, କୋଷାଧ୍ୟକ୍ଷ ଅର୍ଜୁନ ଭୋଇ, ପାତ୍ର ବାଗ, ନରେଶ ଗଉଡ, ନିରାକାର ଗଉଡ, ଜନକ ପୋଢ, ପୂର୍ଣ୍ଣଚନ୍ଦ୍ର କରୁଆଁ, ଅଶୋକ ହଂସ, ସନ୍ତୋଷ ସେଲମା ପ୍ରମୁଖଙ୍କ ସହ ଅନେକ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.