ତ୍ରିପତି ବାନାଗାଡ଼ିଙ୍କ ବୟାନରେ ସରଗରମ ରାୟଗଡ଼ା ରାଜନୀତି

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ବିଜେଡ଼ି ସଭାପତି ଘୋଷଣା ପରେ ପୂର୍ବତନ ରାଜ୍ୟସଭା ଏମ୍‌ପି ଏନ୍.ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ସମେତ ଦଳର ବରିଷ୍ଠ ନେତା ତ୍ରିପତି ବାନାଗାଡ଼ି ଓ ଅନ୍ୟମାନେ ଦଳ ଛାଡ଼ିଛନ୍ତି । ତେବେ ଏହାକୁ ନେଇ ବୁଧବାର ଜିଲ୍ଲା ବିଜେଡ଼ି ସଭାପତି ଜଗନ୍ନାଥ ସାରାକା ଓ ଅନ୍ୟ ନେତାମାନେ ମିଳିତ ଭାବେ ଏକ ଖବରଦାତା ସମ୍ମିଳନୀ କରି କାଉଣ୍ଟର କରି ଦଳ ଉପରେ କୌଣସି ପ୍ରଭାବ ନପଡ଼ିବା ନେଇ ମନ୍ତବ୍ୟ ରଖିଥିଲେ । ତେବେ ଭାସ୍କରଙ୍କ ରାଜନୀତିକୁ ନେଇ କରିଥିବା କଟାକ୍ଷର ପ୍ରତ୍ୟୁତର ଦେଇଛନ୍ତି ତ୍ରିପତି । ତ୍ରିପତି କହିଛନ୍ତି ଯେ ଜିଲ୍ଲାରେ ଲାଗି ରହିଥିବା ବିବାଦକୁ ନେଇ ଜିଲ୍ଲା ସଭାପତି ଘୋଷଣା ସ୍ଥଗିତ ରହିଥିଲା । ହେଲେ ପରବର୍ତ୍ତି ସମୟରେ ବିଜେଡ଼ି ରାଜ୍ୟ ସଭାପତି ଜଣେ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଓ ବରିଷ୍ଠ ନେତା ପଦ୍ମନାଭ ବେହେରାଙ୍କୁ ତୃଣମୂଳ ସ୍ତରରେ କର୍ମୀ ଓ ନେତାଙ୍କ ସହିତ ଏକ ଆଲୋଚନା ସହ ମତାମତ ସଂଗ୍ରହ କରି ରିପୋର୍ଟ ଦେବାକୁ ରାୟଗଡ଼ା ଜିଲ୍ଲା ଗ୍ରସ୍ତରେ ପଠାଇଥିଲେ । ଉକ୍ତ ଗ୍ରସ୍ତ ସମୟରେ ପ୍ରମିଳା ଓ ପଦ୍ମନାଭ ତିନୋଟି ନିର୍ବାଚନମଣ୍ଡଳୀ ରାୟଗଡ଼ା, ଗୁଣପୁର ଓ ବିଷମକଟକ ରେ ପୃଥକ ପୃଥକ ବୈଠକ କରି ନେତା ଓ କର୍ମୀଙ୍କ ସହିତ ଆଲୋଚନା କରିଥିଲେ । ଯେଉଁଥିରେ କି ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଜଣେ ବରିଷ୍ଠ ଓ ନିରପେକ୍ଷ ଓ ନେତା ହୋଇଥିବା କାରଣରୁ ତାଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ଦେବା ପାଇଁ ରିପୋର୍ଟ ହୋଇଥିଲା । ଉକ୍ତ ମତାମତ ସଂଗ୍ରହ କରି ବରିଷ୍ଠ ନେତ୍ରୀ ତଥା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ରାଜ୍ୟ ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ମଧ୍ୟ ଜିଲ୍ଲା ସଭାପତି ଚୟନରେ କାହିଁକି ପକ୍ଷପାତ କରାଯାଇଛି ବୋଲି କହିଛନ୍ତି ତ୍ରିପତି । ସେହିଭଳି ୧୯୯୭ ମସିହାରେ ଭାସ୍କର ରାଓ ରାୟଗଡ଼ା ଛାଡ଼ି ଯଦି ଆନ୍ଧ୍ରପ୍ରଦେଶ ଚାଲିଯାଇଥିଲେ ସେ ସମୟରେ ତାଙ୍କ ସ୍ବାାସ୍ଥ୍ୟବସ୍ଥା ଖରାପ ଥିବା କହିଛନ୍ତି ତ୍ରିପତି । ଏତତ୍ ବ୍ୟତିତ ଯଦି ସୁଧୀର ଦାସ ଜନତା ଦଳ ଓ ବିଜେଡ଼ିର ଜଣେ ଟାଣୁଆ ନେତା ଥିଲେ, ତେବେ ଉକ୍ତ ସମୟରେ ବିଷମକଟକ ବ୍ଲକରେ କଂଗ୍ରେସ କିଭଳି ବାଜିମାତ କରିଥିଲା ଏବଂ କୋଲନରା ବ୍ଲକରେ ତ୍ରିପତି କିଭଳି ଭଲ ପ୍ରଦର୍ଶନ କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି । ଭାସ୍କର ରାଓ ବିଜୁ ପଟ୍ଟନାୟକଙ୍କ ସହ ରାଜନୀତିରେ ଜଡ଼ିତ ହୋଇ ଅଣ କଂଗ୍ରେସ ଗଡ଼ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳର ହାତମୁଠାକୁ ଟାଣ କରି କୋରାପୁଟ ସାଂସଦ ସମେତ ଜିଲ୍ଲାର ତିନୋଟି ନିର୍ବାଚନ ମଣ୍ଡଳୀରେ ଦଳକୁ ମଜଭୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବୋଲି କହିଛନ୍ତି ତ୍ରିପତି । ତ୍ରିପତି ଆହୁରି କହିଛନ୍ତି ଯେ ଭାସ୍କର ଓ ଅନ୍ୟମାନେ ଦଳ ଛାଡ଼ି ବର୍ତ୍ତମାନ ସମାଜସେବା ପାଇଁ ଆରମ୍ଭ କରିଛନ୍ତି “ବିଜୁ ସ୍ୱାଭିମାନ ମଞ୍ଚ” ତେବେ ଏହି ମଞ୍ଚକୁ ନେଇ ସୁଧୀର ଦାସ ଓ ଜିଲ୍ଲା ସଭାପତି ଏତେ ଭୟଭୀତ କାହିଁକି । ବର୍ତ୍ତମାନ ସେମାନେ ବିଜେଡ଼ି ସଂଗଠନର ଜିଲ୍ଲା ଦାୟିତ୍ୱରେ ରହିଛନ୍ତି ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ଜନସାଧାରଣ କିଭଳି ପ୍ରତ୍ୟାଖାନ କରିବେ ତାହା ସମୟ ହିଁ କହିବ ବୋଲି କହିଛନ୍ତି ତ୍ରିପତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.