ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଯୁରାବନ୍ଧ ପଞ୍ଚାୟତ ଗୁଦ୍ରାମୁଣ୍ଡା ଗ୍ରାମବାସୀ ଆନୁକୂଲ୍ୟରେ ଗୁରୁବାର ଅପରାହ୍ନରେ ନୁଆଁଖାଇ ଭେଟ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବରିଷ୍ଠ ବିଜେପି ନେତା ମୋହନ ନାଏକ ମୁଖ୍ୟ ଅତିଥି, ଆଦିବାସୀ କଲ୍ୟାଣ ସଙ୍ଘ ବ୍ଲକ ସଭାପତି ସନ୍ତୋଷ ପୁଟା, ଧୁମାଭଟା ସରପଞ୍ଚ ବନମାଳୀ ନାୟକ, ଯୁବା ସରପଞ୍ଚ ବାବୁଲାଲ ସେଠ, ଆଦିବାସୀ ନେତା ଗିରିରାଜ ଭୋଇ, ବିଜେପି ନେତା ମହେନ୍ଦ୍ର ଅମାତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ପଦ୍ମଚରଣ ମଲ୍ଲିକ, ନିମାଇଁ ଚରଣ ସାହାଣୀ ମଞ୍ଚ ପରିଚାଳନା କରିଥିବା ବେଳେ ଟିକୁନୁ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ | ସ୍ଥାନୀୟ ଅଞ୍ଚଳର କଳାକାର ସଂଚାର, ପାଲା, ନୃତ୍ୟ ପରିବେଷଣ କରିଥିଲେ |ରାଏଧର ପୁଟା, ଗଜାଧର ଧରୁଆ, ପୁରନ୍ଦର ବଗର୍ତ୍ତୀ, ରୁପଧର ଆଡ଼ସୁଲିଆ, ଜଗବନ୍ଧୁ ପୁଟା, ସ୍ୱୟଂ ସହାୟକ ସଙ୍ଘ ସଦସ୍ୟା ତଥା ଗ୍ରାମବାସୀ ସହଯୋଗ କରିଥିଲେ |




