ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଲକ୍ଷ୍ମୀପୂଜା ମଣ୍ଡପ ଠାରେ ଯାଦବ ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ଯାଦବ ସମାଜ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯାଦବ ସଂସ୍କୃତିର ମହାନ ବିଭବ ବାଡ଼ିଖେଳ ସହ ଘୁମୁରା, ଗଣାବଜା ସହ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା।
ଏକ ଭବ୍ୟ ଶୋଭାଯାତ୍ରାରେ ବରଗାଁ ସମଲେଇ ମନ୍ଦିରରୁ ଛତର ଆସିଥିବାବେଳେ ଜଗନ୍ନାଥ ମନ୍ଦିରରୁ ରାଧାକୃଷ୍ଣଙ୍କ ଫଟୋଚିତ୍ରକୁ ମଞ୍ଚକୁ ଆଣି ସ୍ଥାପନ କରାଯାଇଥିଲା। ସମସ୍ତେ ଏକାଠି ବସି କୁରେ ପତରରେ ନୂଆ ଖାଇବା ପରେ ଜୁହାର ଭେଟ ହୋଇଥିଲେ।
ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ଯାଦବ ସମାଜର ସଭାପତି ତ୍ରିଲୋଚନ ଗଉଡଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ଉଦଘାଟନୀ ସମାରୋହ ତଥା ସାମାଜିକ ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଯାଦବ ନେତୃତ୍ବ ତଥା କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ, ବିଶିଷ୍ଟ ଅତିଥି ଭାବେ ଉତ୍କଳ ଯାଦବ ମହାସଭାର ସମ୍ପାଦକ ଗୋବିନ୍ଦ ବନଛୋର, ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ,
ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ସଭାପତି ଗିରିଧାରୀ ଗଉଡ, ନର୍ଲା ବ୍ଳକ୍ ଯାଦବ ସମିତି ସଭାପତି ଲିଙ୍ଗରାଜ କରୁଆଁ, ପୂର୍ବତନ ବ୍ଲକ ସଭାପତି ହୃଷିକେଶ ଭୋଇ, ନର୍ଲା ବ୍ଲକ ଯୁବ ଯାଦବ ମହାସଭା ସଭାପତି ପ୍ରସୁନ୍ନ କୁମାର ଜାଲ, ଶିକ୍ଷାବିତ ମାଧବ ନାଗ ଓ ଜୟଚନ୍ଦ୍ର ହାତୀ,
ସମଲେଇ ପୂଜକ ରୁଷିନାଥ ବାଗ, ବାଏଚନ ବାଗ, ଭୀମ ବାଗ, ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ଯାଦବ ସମାଜର ଉପସଭାପତି ପିତାମ୍ବର ଖୁଣ୍ଟୁଲା, ଯୁଗ୍ମ ସମ୍ପାଦକ ସୁବାସ ଗହୀର ପ୍ରମୁଖ ମଞ୍ଚାସୀନ ରହି ସମାଜ ସଙ୍ଗଠନକୁ ଆହୁରି ମଜଭୂତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଯୁବ ଗାଳ୍ପିକ ସୁଧୀର କୁମାର ଧଙ୍ଗଡାମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ଅର୍ଜୁନ ଭୋଇ, ନରେଶ ଗଉଡ, ନିରାକାର ଗଉଡ, ଜନକ ପୋଢ, ପୂର୍ଣ୍ଣଚନ୍ଦ୍ର କରୁଆଁ, ଅଶୋକ ହଂସ, ଗିରିଧାରୀ ବାଗ, ସନ୍ତୋଷ ସେଲମା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।




