ଆନ୍ତର୍ଜାତୀୟ ସମ୍ମିଳନୀରେ କବି ଚିତ୍ତରଞ୍ଜନ ମିଶ୍ରଙ୍କ ‘ଶବ୍ଦାଞ୍ଜଳି’ ପୁସ୍ତକ ହେଲା ଲୋକାର୍ପିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗ ଦ୍ଵାରା ‘ଓଡ଼ିଶାର କଳା ସ୍ଥାପତ୍ୟ ଓ ସଂସ୍କୃତି ତଥା ବିଶ୍ଵ ସମ୍ପୃକ୍ତିର ସେତୁ ନିର୍ମାଣ’ ସମ୍ପର୍କୀୟ ଏକ ଆନ୍ତର୍ଜାତୀୟ ସଂପାନର ଦ୍ୱିତୀୟ ଦିବସରେ କବି ଡକ୍ଟର ଚିତ୍ତରଞ୍ଜନ ମିଶ୍ରଙ୍କ ପୁସ୍ତକ ‘ଶବ୍ଦାଞ୍ଜଳି’ ଲୋକାର୍ପିତ ହୋଇଯାଇଛି। ପୁସ୍ତକଟି ଶ୍ରୀଜଗନ୍ନାଥଙ୍କୁ ଅର୍ପିତ ଭାବାବେଗର ପଦ୍ୟ ରୂପାୟନ ଅଟେ। ସଂପାନର ଏହି ଉଦଯାପନୀ ଉତ୍ସବରେ ଡିଏଭି ସଂସ୍ଥାନ, ନୂଆଦିଲ୍ଲୀର ପ୍ରାକ୍ତନ କ୍ଷେତ୍ରୀୟ ନିର୍ଦ୍ଦେଶକ ହିମାଂଶୁ କୁମାର ମହାନ୍ତି ମୁଖ୍ୟ ଅତିଥି, ତାଜ୍ ଗ୍ରୁପର ଅଧ୍ୟୟନ ଓ ଅଭିବୃଦ୍ଧି ମୁଖ୍ୟ ସୁଶ୍ରୀ କ୍ରିପି ଆଏଂଗିଆ ମୁଖ୍ୟବକ୍ତା ଓ ନାୟକ ହୋଟେଲସ, ପୁରୀର ପରିଚାଳନା ନିର୍ଦ୍ଦେଶକ ଗିରିଶ ଚନ୍ଦ୍ର ନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଚିତ୍ତରଞ୍ଜନ ଦ୍ବିବେଦୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଅଧିବେଶନରେ ସମ୍ମେଳନର ଆବାହକ ଡକ୍ଟର ରବୀନ୍ଦ୍ର କୁମାର ପ୍ରଧାନ, ବିଭାଗୀୟ ମୁଖ୍ୟ ଡକ୍ଟର ସସ୍ମିତା ପ୍ରମାଣିକ, ଅତିଥି ବକ୍ତା, ଗବେଷକ, ଅଧ୍ୟାପକ, ଅଧ୍ୟାପିକା ତଥା ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.