ଧରପଗଡ଼ ଆଦର୍ଶ କ୍ଳବ କିଙ୍ଗ ଷ୍ଟାର ପକ୍ଷରୁ ଏକ ଦିବସିୟ କ୍ରିକେଟ ଟୁର୍ନାମେଣ୍ଟ: ମହୁଲପଡା ଚାମ୍ପିୟନ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଧରପଗଡ଼ ଆଦର୍ଶ କ୍ଳବ କିଙ୍ଗ ଷ୍ଟାର ଆନୁକୂଲ୍ୟରେ ଏକ ଦିବସିୟ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଠଟି ଦଳ ଅଂଶ ଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବରେ ପୂର୍ବତନ ସରପଞ୍ଚ ସତ୍ୟନାରାୟଣ ପଣ୍ଡା, ସମ୍ମାନିତ ଅତିଥି ପୂର୍ବତନ ସରପଞ୍ଚ ପ୍ରେମରାଜ ପାଣ୍ଡେ, ସମିତି ସଭ୍ୟ ରାକେଶ ନାୟକ, ଗୋବିନ୍ଦ କୁମ୍ଭର ଭିକାରି ଚରଣ ବାରିକ ଉପସ୍ଥିତ ଥିଲେ। ଶିକାପତ୍ରାପାଳି ବନାମ ମହୁଲ ପଡା ମଧ୍ୟ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ମହୁଲ ପଡା ବେଟିଙ୍ଗ କରି ୪ ଅଭର ରେ ୩୦ ରନ କରିଥିବା ବେଳେ ଶିକାପତ୍ରାପାଳି ୪ ଅଭର ରେ ୨୪ରନ ପରାସ୍ତ ହୋଇଥିଲେ। ବିଜେତା ଦଳ କୁ ୫୦୦୦ ହଜାର ଟଙ୍କା ଓ ଟ୍ରଫି ଏବଂ ଉପବିଜେତା ଦଳକୁ ୩୦୦୦ ଟଙ୍କା ଓ ଟ୍ରଫି ପ୍ରଧାନ କରାଯାଇଥିଲା। ଖେଳ ପରିଚାଳନା କରିଥିଲେ ମାରୁତି ମହାନନ୍ଦ, ଭାଗବତ ଠାକୁର, ରାହୁଲ ସେଲମା। ଧାରାବିବରଣୀ ପ୍ରଦାନ କରିଥିଲା ସୁରେନ୍ଦ୍ର ମହାନନ୍ଦ। ଆଦର୍ଶ କ୍ଲବ ସଭାପତି ଶ୍ରୀମାନ ଶମ୍ଭୁ ବାରିକ ଓ କୋଷାଧ୍ୟକ୍ଷ ମଦନ ଦୀପ, ରୋହିତ ବାରିକ, ପ୍ରେମ ମହାନନ୍ଦ, ଶାନ୍ତନୁ ବାରିକ, ଗୁରୁଚରଣ ମହାନନ୍ଦ, ବାବୁଲୁ ତାଣ୍ଡି, ଳମ୍ବୁ ନାଗ, ହିମାଂଶୁ ନାଗ, ମିଥୁନ ତାଣ୍ଡି, ଭିକା ନାଗ, ସୁନୀଲ କୁମାର ବାରିକ, ନିଲୁ ତାଣ୍ଡି, ଅନିଲ କୁମାର ବାରିକ, ରୁମାଞ୍ଚଲ ବାରିକ, ଲିଖାରାମ ବାରିକ, ନୀଳ ବାରିକ, ବାପୁନ ମହାନନ୍ଦ, ଦିନେଶ ବାରିକ, ଫକୀର ମହାନନ୍ଦଙ୍କ ସମେତ ବ୍ଲବର ସଦସ୍ୟବୃନ୍ଦ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.