ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ କଲେଜର ପୁରାତନ ଛାତ୍ର ସଂସଦ ପକ୍ଷରୁ କଲେଜ ପରିସରରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପ୍ରଫେସର ଦିନେଶ ଦାସ ଏହାକୁ ଉଦଘାଟନ କରିଥିବା ବେଳେ ସଂସଦର ସଭାପତି ଡାକ୍ତର ପ୍ରଭାତ ଚନ୍ଦ୍ର ଚୌଧୁରୀ ଏଥିରେ ପୌରୋହିତ୍ୟ କରିଥିଲେ । ଏ ଉପଲକ୍ଷେ ଏକ ସଭାର ଆୟୋଜନ ମଧ୍ୟ କରାଯାଇଥିଲା। ସ୍ୱାସ୍ଥ୍ୟ ଶିବିରରେ ୧୯୦ ଜଣ ଛାତ୍ରୀଙ୍କର ରକ୍ତ ନମୁନା ପ୍ରାଧ୍ୟାପିକା ମିନତି ସେଠୀଙ୍କ ତତ୍ତ୍ୱାବଧାନରେ ଆଲମ୍ୱିକ କମ୍ପାନୀ ମନ୍ମୟ ବାବୁଙ୍କ ଦ୍ଵାରା ପରୀକ୍ଷା କରାଯାଇ ହିମୋଗ୍ଲୋବିନ ରିପୋର୍ଟ ପ୍ରଦାନ କରାଯାଇଥିଲା। ଆଲୁମିନର ସଭାପତି ଡାକ୍ତର ପ୍ରଭାତ ଚନ୍ଦ୍ର ଚୌଧୁରୀ ରିପୋର୍ଟ ଅନୁସାରେ ମେଡିସିନ ଲେଖି ଛାତ୍ରୀଙ୍କୁ ଔଷଧ ଖାଇବାକୁ ପରାମର୍ଶ ଦେଇଥିଲେ। ଏଇ ସ୍ବାସ୍ଥ୍ୟ ଶିବିରକୁ ମଧୁସୂଦନ ବେହେରା, ରାମ ପ୍ରସାଦ ପ୍ରଧାନ, ରମାକାନ୍ତ ମହାନ୍ତି, ଅମୃତାଂଶୁ ପଟ୍ଟନାୟକ, ଡାକ୍ତର ସୁଧାଂଶୁ ପରିଡ଼ା, ରାମ ଚନ୍ଦ୍ର ସେଠୀ, ପୀତାମ୍ବର ଦାସ ଓ ପାର୍ଥ ସାରଥୀ ଆଶ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ଆଲୁମ୍ନିର ସଂଗଠକ ସମ୍ପାଦକ ଲକ୍ଷ୍ମୀ ନାରାୟଣ ଘୋଷ ଧନ୍ୟବାଦ୍ ଅର୍ପଣ କରିଥିଲେ।





