ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ଵନାଥପୁର ବନାଞ୍ଚଳ ଅନ୍ତର୍ଗତ ଲାଞ୍ଜିଗଡ଼ ସେକ୍ସନ ନାତିଗୁଡ଼ା ବିଟ୍ ସ୍ଥିତ ହରଡ଼ାଗୁଡ଼ା ଗ୍ରାମରେ ହାତୀ ଆକ୍ରମଣରେ ପୁଣି ଜଣେ ନାବାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ନାବାଳକ ଗୁରୁତର ଆହତ ହୋଇ ହାତୀ ମୁହଁରୁ ଅଳ୍ପକେ ବର୍ତି ଯାଇଛନ୍ତି। ମୃତ ନାବାଳକ ତ୍ରିଲୋଚନପୁର ପଞ୍ଚାୟତ ସ୍ଥିତ କୁନାକାଡ଼ୁ ଗ୍ରାମର ରବି ମାଝୀ (୭) ଓ ଗୁରୁତର ଆହତ ନାବାଳକ ସମରୁ ମାଝୀ (୫) ବୋଲି ଜଣାପଡିଛି। ସୂଚନାଯୋଗ୍ୟ ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ କୁନାକାଡୁ ଗ୍ରାମର ବାପ ଛେଉଣ୍ଡ ଦୁଇ ଭାଇ ସକାଳେ ନିଜ ଚାଷ ଜମିକୁ ଯିବା ସମୟରେ ହରଡାପଦର ଗାଁ ନିକଟରେ ଦୁଇ ଭାଇକୁ ହାତୀ ଆକ୍ରମଣ କରିଥିଲା।ସାନ ଭାଇ ସମରୁକୁ ଶୁଣ୍ଢରେ ଟେକି ଫିଙ୍ଗି ଦେଇଥିବା ବେଳେ ଆଉ ରବିକୁ ଦଳି ଦେଇଥିବା ବେଳେ ଘଟଣା ସ୍ଥଳରେ ହିଁ ରବିର ମୃତ୍ୟୁ ହୋଆଇଥିବା ଜଣାପଡିଛି।





