‘ଯୁଗ ପ୍ରବର୍ତ୍ତକ’ ପକ୍ଷରୁ ସାହିତ୍ୟ ଓ କଳା ସମାରୋହରେ “ମଣିଷ ପାଇଁ ଚିତ୍ରଟିଏ” ଶୀର୍ଷକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ତ୍ରୈମାସିକ ପତ୍ରିକା ‘ଯୁଗ ପ୍ରବର୍ତ୍ତକ’ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ‘ମଣିଷ ପାଇଁ ଛବିଟିଏ’ ଶୀର୍ଷକ ଚାରିଦିନିଆ କଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାହିତ୍ୟିକ ପ୍ରଫେସର ନଟବର ଶତପଥୀ ଓ ଅନ୍ୟ ଅତିଥିଙ୍କ ଉପସ୍ଥିତିରେ ପ୍ରଦର୍ଶନୀର ଶୁଭାରମ୍ଭ ହୋଇଥିଲା l ଏହି ପ୍ରଦର୍ଶନୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ଦୁଇଶହରୁ ଉର୍ଦ୍ଧ ତରୁଣ ଓ ନବୀନ ଚିତ୍ରଶିଳ୍ପୀ ନିଜ କଳାକୃତି ନେଇ ଅଂଶଗ୍ରହଣ କରିଛନ୍ତି। ଏହି ଯୁବ ଶିଳ୍ପୀମାନଙ୍କ ମଧ୍ୟରୁ ପଶ୍ଚିମ ଓଡ଼ିଶାର ଚିତ୍ରଶିଳ୍ପୀ କେଦାର ନାଏକ (ବରଗଡ଼), ପୂର୍ଣଚନ୍ଦ୍ର ମେହେର (ବୌଦ୍ଧ), ବସନ୍ତ ପ୍ରଧାନ (ପଦ୍ମପୁର, ବରଗଡ଼), ବିଦ୍ୟାପତି ପଧାନ (ବରଗଡ଼), ପ୍ରୀତିଶ କୁମାର ସାହୁ (ବରଗଡ଼) ଓ ସେଜଳ ଦାସ (ହୀରାକୁଦ, ସମ୍ବଲପୁର) ଙ୍କ ଚିତ୍ରକୃତି ଦର୍ଶକଙ୍କୁ ବିଶେଷ ଆକର୍ଷିତ କରିଛି। ‘ମଣିଷ ପାଇଁ ଚିତ୍ରଟିଏ’ ପ୍ରଦର୍ଶନୀ ମାଧ୍ୟମରେ ଶିଳ୍ପୀମାନେ ନିଜ ଦୃଷ୍ଟିକୋଣରୁ ମଣିଷ, ସମାଜ ଓ ସଂସ୍କୃତିର ଅନେକ ପରିମାଣକୁ ରଙ୍ଗ, ଆକୃତି ଓ ରୂପକରେ ଅଭିବ୍ୟକ୍ତ କରିଛନ୍ତି। ପ୍ରଦର୍ଶନୀର ପ୍ରତ୍ୟେକ କାନଭାସ ମଣିଷ ଜୀବନର ସ୍ପନ୍ଦନ, ସଂଘର୍ଷ ଓ ସନ୍ଦେଶକୁ ନିଜସ୍ୱ ଶୈଳୀରେ ପ୍ରକାଶ କରୁଛି। ଏହି ଚିତ୍ରକଳା ପ୍ରଦର୍ଶନୀ ନଭେମ୍ବର ୨ ରୁ ୪, ୨୦୨୫ ପର୍ଯ୍ୟନ୍ତ ସାଧାରଣ ଦର୍ଶକ, କଳାପ୍ରେମୀ ଓ ଶିଳ୍ପ ଅନୁରାଗୀମାନଙ୍କ ପାଇଁ ଖୋଲା ରହିବ l ସଂସ୍କୃତି ଓ ଶିଳ୍ପର ମାଧ୍ୟମରେ ମଣିଷ ଓ ସମାଜର ଗାଢ଼ ସମ୍ପର୍କକୁ ଉଜାଗର କରୁଥିବା ଏହି ପ୍ରଦର୍ଶନୀ ଯୁବ ଶିଳ୍ପୀମାନଙ୍କ ପାଇଁ ଏକ ସୃଜନମୟ ମଞ୍ଚ ହିସାବରେ ପରିଣତ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.