ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଳା ପଟୁ ଆସୁଥିବା ଏକ ମାଲବାହୀ ଟ୍ରକ୍ ଦେଓଗାଁ ବ୍ଲକ କଛାରପାଲି ସ୍କୁଲ ନିକଟରେ ନିୟନ୍ତ୍ରଣ ହରାଇ ଏକ ସ୍ବାମୀ-ସ୍ତ୍ରୀଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାଗ୍ରସ୍ତ ଦମ୍ପତି ସଇଁତଳା ଥାନା ଅନ୍ତର୍ଗତ ଡ଼ଙ୍ଗରମୁଣ୍ଡା ଗାଁ ର ଜଗବନ୍ଧୁ ରଣା ଓ ଜାହ୍ନବୀ ରଣା ବୋଲି ଜଣାପଡିଛି। ଟ୍ରକ୍ ଧକ୍କାରେ ଜଗବନ୍ଧୁ ରାସ୍ତାରେ ଛିଟିକି ପଡ଼ି ଗୁରୁତର ହୋଇଥିଲେ ଓ ତାଙ୍କ ସ୍ତ୍ରୀ ଜାହ୍ନବୀଙ୍କ ଗୋଡ଼ ଭାଙ୍ଗି ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରିଥିଲେ ଓ ତୁରନ୍ତ ସୂଚନା ଦେଇ ପୋଲିସଙ୍କୁ ଡାକିଥିଲେ। ପୋଲିସ ଦଳ ଘଟଣାସ୍ଥଳକୁ ପହଞ୍ଚି ଗୁରୁତର ଦୁଇଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଛନ୍ତି। ପୋଲିସ ଟ୍ରକ୍ଟିକୁ ଜବତ କରି ଚାଳକଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।





