କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମିତି ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସଦଭାବନା ଗୃହ ଠାରେ ସ୍ୱତନ୍ତ୍ର ସମିତି ବୈଠକ ସ୍ଥାନୀୟ ବିଡ଼ିଓ ମନୀଷା ଦାସଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଯାଇଛି | ବୈଠକରେ ସମିତି ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ମୁଖ୍ୟ ଅତିଥି ଭାବେ ରହିଥିବା ବେଳେ କଲ୍ୟାଣସିଂହପୁର ବ୍ଲକ (କ) ଜୋନ୍ ଜିଲ୍ଲାପରିଷଦ ବି.ଭି. ପ୍ରସାଦ ରାଓ ଓ କୋରାପୁଟ ଲୋକ ସଭା ସାଂସଦଙ୍କ କଲ୍ୟାଣସିଂହପୁର ବ୍ଲକ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା ମଞ୍ଚାସିନ ରହିଥିଲେ | ଏହି ବ୍ଲକରେ ମନରେଗା କାର୍ଯ୍ୟରେ ଶ୍ରମିକ ନିୟୋଜିତ କରିବା କଥା ତାହା ନ କରି ଶ୍ରମିକ ଜାଗାରେ ମେସିନ କାମ କରୁଛନ୍ତି ଯାହାଫଳରେ ଶ୍ରମିକମାନେ କାମ ନ ପାଇ ଦାଦନ ଖଟିବାକୁ ରାଜ୍ୟ ଓ ରାଜ୍ୟ ବାହାରକୁ ଯାଉଛନ୍ତି । ସେଠାରେ କାର୍ଯ୍ୟ କରି ମାଲିକଙ୍କ ଠାରୁ ନିର୍ଯ୍ୟାତନା ହୋଇ କିଏ ନିଖୋଜ ତ କିଏ କାମ କରି ଟଙ୍କା ନ ପାଇ ଫେରୁଛନ୍ତି, କିଏ ଶବ ହୋଇ ଫେରୁଛନ୍ତି, ପଞ୍ଚାୟତ ସ୍ତରରେ ମନରେଗା କାର୍ଯ୍ୟ ପାଇଁ ହେଉଥିବା ଜନସୁଣାଣିରେ ପ୍ରଚାର ପ୍ରସାର ହେଉନଥିବା ଯୋଗୁଁ ଲୋକମାନେ ଜାଣିପାରୁ ନାହାନ୍ତି, କେବଳ ପ୍ରଶାସନ କାଗଜ କଲମରେ ସୀମିତ ରଖୁଛନ୍ତି | ଅନ୍ୟ ପଟେ ଜନ ଶୁଣାଣିରେ କାର୍ଯ୍ୟ ଠିକ ଠାକ ହେଉଥିବା ଅଧିକାରୀ ମାନଙ୍କ ଦ୍ୱାରା ଦର୍ଶାଯାଉଛି | ଏହା ଛଡ଼ା ବ୍ଲକରେ କାର୍ଯ୍ୟରତ ମତ୍ସ୍ୟ ସମ୍ପଦ ବିଭାଗ ଅଧିକାରୀ (FEO)ଙ୍କ ଦେଖା ନ ମିଳୁ ଥିବାରୁ ବ୍ଲକର ଅନେକ ମୋତ୍ସ ଚାଷୀ ନାହିଁ ନ ଥିବା ହଇରାଣ ହରକତ ହୋଉଥିବା ଓ କ୍ଷୁଦ୍ର ଏବଂ ମଧ୍ୟମ କାରଖାନା ନିମନ୍ତେ ବ୍ଲକକୁ ଆସୁଥିବା ହିତାଧିକାରୀ ମାନେ ମଧ୍ୟ (IPO) ଙ୍କ ଦେଖା ମିଳୁନଥିବା ରୁ କ୍ଷୋଭ ପ୍ରକାଶ କରୁଥିବା ନେଇ ଉପସ୍ଥିତ ସମିତି ସଭ୍ୟ ସଭ୍ୟା ଏବଂ ସରପଞ୍ଚ ମାନେ ଆଲୋଚନା କରିଥିଲେ | ଏହି ବ୍ଲକକୁ ଆସୁଥିବା ସି ଏଫ୍ ସି ଓ ଏସ୍ ଅଫ୍ ସି ଭଳି ପାଣ୍ଠି କେବେ ଆସୁଛି କେମିତି କୋଉଠି କାର୍ଯ୍ୟ ହୋଉଛି ବୋଲି  ପ୍ରଶ୍ନ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.