ବାଲେଶ୍ବରରେ ଆୟୋଜିତ ହେଲା ଜିଆଇ-ଟ୍ୟାଗ୍ ପ୍ରୋଡକ୍ଟସ୍ ବିଷୟକ କାର୍ଯ୍ୟଶାଳା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଡାଇରେକ୍ଟୋରେଟ୍ ଅଫ୍ ଏକ୍ସପୋର୍ଟ ପ୍ରମୋସନ୍ ଆଣ୍ଡ୍ ମାର୍କେଟିଂ (DEPM) ଦ୍ୱାରା “ରେଜିଂ ଏଣ୍ଡ ଅକ୍ସଲେରେଟିଂ ଏମଏସଏମଇ ପରଫରମାନ୍ସ (RAMP)” କାର୍ଯ୍ୟକ୍ରମ ଅଧୀନରେ ଜିଆଇ-ଟ୍ୟାଗ୍ ପ୍ରୋଡକ୍ଟସ୍ ଓ ଅନୁମୋଦିତ ଜିଆଇ ୟୁଜର୍ ସାର୍ଟିଫିକେସନ୍ ବିଷୟରେ ଏକ କାର୍ଯ୍ୟଶାଳା ବାଲେଶ୍ୱର ଚେମ୍ବର ଅଫ୍ ଇଣ୍ଡଷ୍ଟ୍ରିଜ୍ ଏଣ୍ଡ୍ କମର୍ସ (BCIC) ରେ ଆୟୋଜିତ ହୋଇଯାଇଛି।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡିଇପିଏମ୍ ର ନିର୍ଦ୍ଦେଶକ ପ୍ରଭାକର ଦାସ ସ୍ଵାଗତ ଉଦବୋଧନ ଦେଇଥିଲେ। ଏହା ପରେ ବିସିଆଇସିର ଅଧ୍ୟକ୍ଷ ସଞ୍ଜୟ ଦାସ ଓ ସହ ନିର୍ଦ୍ଦେଶକ (ହ୍ୟାଣ୍ଡିକ୍ରାଫ୍ଟସ୍) ଶ୍ରୀ ଡି. ଟୁଡୁ ନିଜ ନିଜର ଅଭିଭାଷଣ ଦେଇଥିଲେ।

ଓଡିଶା ରାଜ୍ୟ ଜିଆଇ ପରାମର୍ଶଦାତା ଡକ୍ଟର ଅନିତା ସାବତ ମୁଖ୍ୟ ଅଧିବେଶନରେ ଜିଆଇ ଟ୍ୟାଗିଂର ଗୁରୁତ୍ୱ, ଶିଳ୍ପୀ ଓ ସ୍ଥାନୀୟ ଉଦ୍ୟମୀଙ୍କ ପାଇଁ ଏହାର ଲାଭ ଓ ଅନୁମୋଦିତ ଜିଆଇ ୟୁଜର୍ ସାର୍ଟିଫିକେସନ୍ ପାଇବା ପ୍ରକ୍ରିୟା ବିଷୟରେ ଆଲୋଚନା କରିଥିଲେ।

କାର୍ଯ୍ୟଶାଳାରେ ସ୍ଥାନୀୟ ହସ୍ତଶିଳ୍ପ ଉତ୍ପାଦକ, ଶିଳ୍ପୀ ଓ ଉଦ୍ୟମୀମାନେ ଅଂଶଗ୍ରହଣ କରି ଜିଆଇ ସ୍ୱୀକୃତି ମାଧ୍ୟମରେ ବଜାର ବିକାଶ ଓ ବ୍ରାଣ୍ଡ୍ ମୂଲ୍ୟ ବୃଦ୍ଧି ପାଇଁ ଉପାୟ ବିଷୟରେ ଆଲୋଚନା ମାଧ୍ୟମରେ ଅବଗତ ହୋଇଥିଲେ। ବରିଷ୍ଠ ଚିତ୍ରଶିଳ୍ପୀ କେଶୁ ଦାସ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜ ଅଭିଜ୍ଞତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟଶାଳା ବାଲେଶ୍ୱର ଜିଲ୍ଲାରେ ଜିଆଇ ଟ୍ୟାଗ୍ ପ୍ରୋଡକ୍ଟସ୍ ବିଷୟରେ ସଚେତନତା ବୃଦ୍ଧି କରିବା ଓ ଆରଏଏମପି (RAMP) ପରିକଳ୍ପନା ଅଧୀନରେ ସ୍ଥାନୀୟ ଶିଳ୍ପୀ ଓ ଉଦ୍ୟମୀଙ୍କ ପାଇଁ ସୁଦୃଢ଼ ଭିତ୍ତିଭୂମି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ବୋଲି ମତପ୍ରକାଶ ପାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.