ରାୟଗଡ଼ାରେ ଅବୈଧ ଭାବେ ଚାଲୁଥିବା ଶପିଂ ମଲ୍‌ କୁ ନେଇ ମାନବ ଅଧିକାର କର୍ମୀ ଓ ସାମ୍ବାଦିକଙ୍କ ଲିଖିତ ଅଭିଯୋଗ : ତୁରନ୍ତ ଯୁଗ୍ମ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ସହରର ରାଜପଥ ଜେ.କେ.ପୁର ରୋଡ୍ ନିକଟସ୍ଥ ଭି-୨ ଶପିଂ ମଲ୍‌ କୌଣସି ବିଲ୍ଡିଂ କମ୍ପ୍ଲିକେସନ୍ ସାର୍ଟିଫିକେଟ୍, ସି.ସି ଅକ୍ୟୁପେନ୍ସି ସାର୍ଟିଫିକେଟ୍ ଓ.ସି ଟ୍ରେଡ୍ ଲାଇସେନ୍ସ ଓ ଅନ୍ୟାନ୍ୟ ଆବଶ୍ୟକ ଅନୁମତି ନଥିବା ସତ୍ୱେ ଅବୈଧ ଭାବେ ଚାଲୁ ହୋଇଥିବା ସଂଗୀନ ଅଭିଯୋଗ ଏବେ ଜନମାନସରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇପଡ଼ିଛି । ହଜାର ହଜାର ଲୋକଙ୍କ ଭିଡ଼ ଲାଗୁଥିବା ଏହି ମଲ୍‌ରେ ଅଗ୍ନିକାଣ୍ଡ, ବିଦ୍ୟୁତ୍ ଦୁର୍ଘଟଣା ଭଳି ବୃହତ୍ ବିପଦ ସମ୍ଭାବନା ନେଇ ଚିନ୍ତା ବ୍ୟକ୍ତ ହେଉଛି । ନିୟମ ଅନୁଯାୟୀ, କୌଣସି ବାଣିଜ୍ୟିକ ଭବନ ଖୋଲିବା ପୂର୍ବରୁ ପ୍ରଶାସନ ତରଫରୁ ସମସ୍ତ ପ୍ରମାଣ ପତ୍ର ଯାଞ୍ଚ ଓ ଅନୁମୋଦନ ଅତ୍ୟାବଶ୍ୟକ । କିନ୍ତୁ ଏହି ମଲ୍‌ ସମସ୍ତ ନିୟମକୁ ଉଲଂଘନ କରି ଚାଲୁ ହୋଇ ଥିବାରୁ ଜିଲ୍ଲା ପ୍ରଶାସନଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି । ନିରୀହ ଜନସାଧାରଣଙ୍କ ସୁରକ୍ଷାକୁ ବିପଦରେ ପକାଇ ପ୍ରଶାସନ ଅବହେଳା କିପରି କରିପାରିଲା ବୋଲି ଅଞ୍ଚଳବାସୀ ପ୍ରଶ୍ନ କରୁଛନ୍ତି । ଏହି ଅନିୟମିତତା ନେଇ ମାନବ ଅଧିକାର କର୍ମୀ ବିଶ୍ୱରାଜ ଛିଞ୍ଛାଣି, ସ୍ଵର୍ଣ୍ଣମଞ୍ଜୁରୀ ପାଳ, ସାମ୍ବାଦିକ ରାଜ କୁମାର ଲିମା ଓ ଅନ୍ୟାନ୍ୟ ବୁଦ୍ଧିଜୀବୀ ମାନେ ଆଜି ଅତିରିକ୍ତ ଜିଲ୍ଲାପାଳ ନବୀନ ନାୟକଙ୍କ ମାଧ୍ୟମରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । ଅଭିଯୋଗରେ ତୁରନ୍ତ ଯୁଗ୍ମ ଭାବେ ତଦନ୍ତ କରି ମଲ୍‌କୁ ସିଲ୍ କରିବା ଓ ସମ୍ପୃକ୍ତ ଅଧିକାରୀ ମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏହା ସହିତ ଅଭିଯୋଗକାରୀ ପ୍ରଶ୍ନ ଉଠାଇଛନ୍ତି ବିନା ସୁରକ୍ଷା ଓ ବିନା ତଦନ୍ତରେ ଏପରି ଭବନ ଗୁଡ଼ିକୁ କିପରି ଅନୁମୋଦନ ଦିଆଯାଉଛି ? କିଛି ଜିଲ୍ଲାସ୍ତରୀୟ ଅଧିକାରୀ ହାତଗୁଂଜା ନେଇ ସହଯୋଗ କରୁଥିବେ କି ? ଏହା ଏକ ଗୁରୁତ୍ତର ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶେଷରେ ଆଜି ଅଭିଯୋଗକାରୀ ମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି କି ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ନିଆଯାଇଥିବା ଦୃଷ୍ଟାନ୍ତମୂଳକ ପଦକ୍ଷେପ ପ୍ରଶାସନଙ୍କ ଦ୍ୱାରା ସର୍ବସାଧାରଣଙ୍କୁ ଅବଗତ କରାଯାଉ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.