ସାବିତ୍ରୀବାଇ ଫୁଲେ ଯୁବକ ସଂଘ ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦେପୁର ଗ୍ରାମପଞ୍ଚାତ ଅଧିନସ୍ଥ ବାବୁକେନ୍ଦୁଗୁଡା ଠାରେ ସାବିତ୍ରିବାଇ ଫୁଲେ ଯୁବକ ସଂଘ ଆନୁକୁଲ୍ୟରେ ଲକ୍ଷ୍ମୀପୂଜା ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସାବିତ୍ରୀବାଇ ଫୁଲେ ଯୁବକ ସଂଘ ସଭାପତି ନବକିଶୋର ନାଗଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିଯୋଗିତାରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ମୁଖ୍ୟ ଅତିଥି, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କଲମପୁର ଡ . ମୃତ୍ୟୁଞ୍ଜୟ ମହାନ୍ତି ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ । ସମ୍ମାନୀୟ ଅତିଥି ଭାବରେ ସମାଜସେବୀ ଘନଶ୍ୟାମ ନାଏକ, ଗୁଣ ନିଧି ଦୁର୍ଗା, ଜିଲ୍ଲାପରିଷଦ ସଭ୍ୟା ନିବେଦିତା ହଂସ,ଦୁହିତା ମାଝୀ, ଭବାନୀପାଟଣା ବରଭାଟି ପଞ୍ଚାୟତ ସରପଞ୍ଚ ବିବେକ ରଞ୍ଜନ ନାଗ, ଅଙ୍ଗନୱାଡ଼ି କର୍ମୀ ସସ୍ମିତା ନାଗ, ଗୀତା ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରତିଯୋଗିତାରେ ସମୁଦାୟ ୧୭ଗୋଟି ନୃତ୍ୟ କଳାକାର ଅଂଶ ଗ୍ରହଣ କରିଥିବା ବେଲେ ସେଥି ମଧ୍ୟରୁ ପ୍ରଥମ ପୁରସ୍କାର ଜିଏମଟିଆର ଡାନ୍ସ ଗ୍ରୁପ ଗୁର୍ସେଲ,ଦ୍ଵିତୀୟ ପୁରସ୍କାର ବିକି ଟାଇଗର ବଡକୁଟ୍ରୁ, ତୃତୀୟ ପୁରସ୍କାର ମାଁ କାଲୀ ଡାନ୍ସ ଗ୍ରୁପ କୋଟପାଡ଼, ଚତ୍ରୁର୍ଥ ପୁରସ୍କାର,ବି ଆର ଡାନ୍ସ ଗ୍ରୁପ ଭୂର୍ସି ଗୁଡ଼ା ପୁରସ୍କାର ଲାଭ କରିଥିଲେ। ବିଚାରପତି ଭାବରେ ଭୂମିଶୁତା ନାଗ, ଦୟାନିଧି ବାଣୁଆଁ,ଏସ ସୂର୍ଯ୍ୟ ପ୍ରତାପ, ସାଧୁରାମ ସାହୁ ଦାୟିତ୍ୱ ତୁଲାଇଥିଲେ। ପ୍ରମୋଦ ସାହୁ ଏବଂ ପ୍ରଦୀପ କୁମାର ନାଏକ ମଞ୍ଚ ପରିଚାଳନା କରିଥିବା ବେଲେ ମନୁ ନାଗ, ନିରଞ୍ଜନ ନାଗ, ବିଶ୍ବରଂଜନ ନାଏକ, ଟିକଧର ବାଗ, କେଶବ ନାଗ ପ୍ରମୁଖ ସହଯୋଗ କରିଥିଲେ । ଲକ୍ଷ୍ମୀପୂଜା କମିଟିର ସଭାନେତ୍ରୀ ଅହଲ୍ୟା ସାହୁ, ଉପସଭାପତି ଉଜ୍ଜଳ ନାଗ, ସମ୍ପାଦିକା ରମଣୀ ନାଗ, ସହ ସଂପାଦିକା ଚନ୍ଦନା ବାଗ, କୋଷାଧ୍ୟକ୍ଷ ଅଷ୍ଟମୀ ନାଗ ନିଜର ଦାୟିତ୍ଵ ନିର୍ବାହ କରିଥିଲେ। ଅତିଥି ମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.