ଭଏସ ଅଫ ମିଡ଼ିଆ ତରଫରୁ ସାମ୍ବାଦିକ ଦିବସ ଅବସରରେ ରାଜ୍ୟର ଚାରି ଜଣ ବରିଷ୍ଟ ନାଗରିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ପେନସନ ପ୍ରଦାନ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଜାତୀୟ ପ୍ରେସ ଦିବସରେ ରେ ଅନ୍ତର୍ଜାତୀୟ ଭଏସ ଅଫ ମିଡ଼ିଆ ସଂସ୍ଥା ତରଫରୁ ରାଜ୍ୟ ସଭାପତି ପ୍ରଭାତ କୁମାର ମିଶ୍ର ଙ୍କ ସଂଯୋଜନା ରେ ରାଜ୍ୟର ଚାରି ଜଣ ସାମ୍ବାଦିକ ଜଣେ ଗଞ୍ଜାମ ଜିଲ୍ଳାର ପ୍ରସନ୍ନ କୁମାର ଦାଶ, ସୁନ୍ଦରଗଡ଼ର ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ଯାଜପୁର ର ଅଜୟ କୁମାର ରାଉଳ ଓ ଫୁଲବାଣୀ ର ଗୋପାଳ ଚନ୍ଦ୍ର ପଟନାୟକ ଏପରି ଚାରି ଜଣଙ୍କୁ ଏହି ମିଡ଼ିଆ ସଂସ୍ଥା ତରଫରୁ ମାସିକ ପନ୍ଦର ସହ ଟଙ୍କା ଲେଖାଏଁ ପେନସନ ଦେବାକୁ ନିଷ୍ପତି ନେଇ ସେମାନଙ୍କୁ ଖୋର୍ଦ୍ଧା ସହର ମହିଳା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ବିଶ୍ୱ ପ୍ରେସ ଦିବସରେ ଉପଢୌକନ ଓ ନଗଦ ୧୫୦୦ ଅର୍ଥ ରାଶି ଉପସ୍ଥିତ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା |

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀମତୀ ସୁମତି ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ଡ଼ିଏସପି ଅନିଲ ମହାନ୍ତି, ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ପୋଲିସ ର ସାଇବର ଇନିସ ପେକ୍ଟର ସୁଚିତ୍ରା ଜେନା, ମହିଳା ମହାବିଦ୍ୟାଳୟ ର ଅଧକ୍ଷାପୁଷ୍ପାଞ୍ଜଳି ଶ୍ରୀଚନ୍ଦନ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ ବେହେରା, ଅନ୍ୟ ଅତିଥି ମାନେ ହେଲେ ସୁରେନ୍ଦ୍ର ନାଥ ପାଢ଼ୀ, ସରୋଜ ମୁଦୁଲି, ସସ୍ମିତା ମେହର, ସେକ ସାଇବ ହୁସେନ, ଏବଂରାଜ୍ୟ ଉପସଭାପତି ଲଲାଟେନ୍ଦୁ ସେନାପତି ଉପସ୍ଥିତ ଥିଲେ | ଏବଂ ଆୟୋଜକ ଭଏସ ଅଫ ମିଡ଼ିଆର ରାଜ୍ୟ ସଭାପତି ପ୍ରଭାତ କୁମାର ମିଶ୍ର, ମଞ୍ଚାସିନ ଥିଲେ |

ଉପସ୍ଥିତ ଅତିଥି ମାନେ ସାମ୍ବାଦିକ ଙ୍କ ନିଷ୍ଠା, ପ୍ରଚେଷ୍ଟା, ଏବଂ ତ୍ୟାଗ ବିଷୟ ରେ ସବିଶେଷ ମତାମତ ଦେଲେ | ଯେଉଁ ସାମ୍ବାଦିକ ଜଣଙ୍କ ସନସ୍ତଙ୍କ ସୁବିଧା, ଅସୁବିଧାରେ ସାଥ ଦେଇଥାଏ ତାର ଅସୁବିଧା ହେଲେ କୌଣସି ଲୋକ ଦେଖିମଧ୍ୟ ନଦେଖିଲା ଭଳି ଚାଲି ଯାଆନ୍ତି | ବିଚରା ସାମ୍ବାଦିକ ଟି ସତ୍ୟ ଖବର ପରିବେଷଣ କରି ଅନ୍ୟମାନଙ୍କ ର ଆକ୍ରୋଶର ଶିକାର ହୋଇ ମାଡ଼, ଗାଳି, ନିନ୍ଦା ଅପବାଦ ପରେ ଶେଷରେ ଜେଲରେ ମଧ୍ୟ ଦିନ କାଟିବାକୁ ପଡିଥାଏ | ବିଶେଷ କରି ସାମ୍ବାଦିକ ବନ୍ଧୁଟିର ପୂରା ଶତ୍ରୁ ପାଲଟି ଥାଏ ତାର ନିଜ ସାମ୍ବାଦିକ ବନ୍ଧୁ ମାନେ | କିନ୍ତୁ ତାକୁ ସାହସ, ସହଯୋଗ କରିବାକୁ କେହିବି ଆସନ୍ତି ନାହିଁ |

ଦେଶ ସ୍ୱାଧୀନ ହେବାର ୭୬ବର୍ଷ ପରେ ମଧ୍ୟ ସାମ୍ବାଦିକଙ୍କ ମୌଳିକ ଅଧିକାର ରୁ ମଧ୍ୟ ସେମାନେ ବଞ୍ଚିତ ହେଉଥାନ୍ତି | ଯେଉଁଠିକି ଅନ୍ୟ ସବୁ ପଡୋଶୀ ରାଜ୍ୟରେ ସାମ୍ବାଦିକ ମାନଙ୍କ ନିମନ୍ତେ ପେନସନ ସହିତ ଅନ୍ୟାନ୍ୟ ସୁବିଧା ସହଯୋଗ ପ୍ରଦାନ କରୁଥିଲା ବେଳେ ଓଡ଼ିଶାରେ ସେହି ସୁବିଧାରୁ ସାମ୍ବାଦିକ ମାନେ ବଞ୍ଚିତ ହେଉଛନ୍ତି |

ଠିକ ସେତିକି ବେଳେ ଭଏସ ଓ଼ଫ ମିଡ଼ିଆ ର ଅନ୍ତ ରାଜ୍ୟ ସଭାପତି ଙ୍କ ସହଯୋଗ ରେ ଏବଂ ରାଜ୍ୟ ସଭାପତି ପ୍ରଭାତ କୁମାର ମିଶ୍ର ଙ୍କ ସମ୍ପାଦନା ରେ ବର୍ତମାନ ଚାରିଜଣ ସାମ୍ବାଦିକ ଙ୍କୁ ମାସିକ ୧୫୦୦ ଟଙ୍କା ଲେଖାଏଁ ପେନସନ ଆରମ୍ଭ କରିଛନ୍ତି | ଯାହାକି ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ସାମ୍ବାଦିକ ଙ୍କୁ ଟଙ୍କାଟିଏ ମଧ୍ୟ ପ୍ରଦାନ କରିନଥିଲା ବେଳେ, ଜଣେ ଘରୋଇ ସଙ୍ଘ ଏହି ୧୫୦୦ ସହ ଟଙ୍କା ପ୍ରଦାନ କରିବା ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ଓ ଭରଷା ଯୋଗ୍ୟ ଅଟେ |ଏହି ସଙ୍ଘର ଜାତୀୟ ସଭାପତି ଓ ରାଜ୍ୟ ସଭାପତି ଙ୍କୁ ଆମେ ହୃଦୟ ରୁ ଗଭୀରକୃତଜ୍ଞତା ଜ୍ଞାପନ କରୁଛୁ | ସରକାର କେବଳ ଶ୍ରୀକୃତି ପ୍ରାପ୍ତ ସାମ୍ବାଦିକ ମାନଙ୍କୁ ଛାଡ଼ି ଆଉ କାହାକୁ ପେନସନ ଦେଉନାହାନ୍ତି |


ଗଞ୍ଜାମ ଜିଲ୍ଳାର ପୁରୁଷୋତ୍ତମପୁର ବ୍ଲକରୁ କେବଳ ଏହିସଂସ୍ଥା ର ଜଣେ ହିଁ ସାମ୍ବାଦିକ ପୁରୁଷୋତ୍ତମ ପୁର ବ୍ଳକ ର ସଭାପତି ତଥା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରସନ୍ନ କୁମାର ଦାଶ ପେନସନ ପାଇଥିବାରୁ ରାଜ୍ୟସଭାପତିଙ୍କ ଉପସ୍ଥିତି ରେ ଓ ଗଞ୍ଜାମ ଜିଲ୍ଲା ଭଏସ ଅଫ ମିଡ଼ିଆର ସମସ୍ତ କର୍ମକର୍ତ୍ତା ସଦସ୍ୟ ଓ ସୁଦର୍ଶନ ପରିଡା, ପୁରୁଷୋତ୍ତମପୁର ବ୍ଲକର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ କୁମାର ଗୌଡ଼ ଙ୍କ ସହ ସମସ୍ତ ସଦସ୍ୟ ମାନେ ଶ୍ରୀ ଦାଶ ଙ୍କୁ ପୁଷ୍ପ ଗୁଛ ଦେଈ ସ୍ୱାଗତ କରିଥିଲେ | ପ୍ରସନ୍ନ କୁମାର ଦାଶ ମଧ୍ୟ ପୁରୁଷୋତ୍ତମପୁର ବ୍ଲକର ସମସ୍ତ ସଦସ୍ୟ ଭାଇ ଓ ଜିଲ୍ଲା ସହିତ ରାଜ୍ୟର ସଭାପତି, ଉପସଭାପତି, ସମ୍ପାଦକ ଓ ସହ ସମ୍ପାଦକ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ପ୍ରଦାନ କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.