ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ହରିହରପୁର ସ୍ଥିତ ମାଁ ଭୈରବୀ ଯୁବ ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ କଳାହାଣ୍ଡି ଏକାଦଶ ଓ ଜୁନାଗଡ଼ ଭଇଁରିଗୁଡ଼ା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଉଦଯାପନୀ ମ୍ୟାଚ୍ ମ୍ୟାଚରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡଃ ବଳଭଦ୍ର ମାଝୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀଧର ସାହୁ ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ପିଇଡବ୍ଲ୍ୟ ମିଡ଼ିଆ ଆସୋସିଏସନ କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ତୁଳ, ସାଧାରଣ ସମ୍ପାଦକ ଗୋପାଳ ମହାନନ୍ଦ ପ୍ରମୁଖ ଯୋଗ ଦେଇ ବିଜେତା ଓ ଉପ ବିଜେତା ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ଅନୁଷ୍ଠାନର ସଭାପତି ଜଗନ୍ନାଥ ଚଣ୍ଡୀ, ଉପସଭାପତି ହେମନ୍ତ ଚଣ୍ଡୀ, ସମ୍ପାଦକ ଗଣେଶ ଗଉଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ କିଶୋର ଘଡେଇ, ଯଶୋବନ୍ତ ପାତ୍ର, ସୁନୀଲ କୁମାର ମ୍ୟାଚ ପରିଚାଳନା କରିଥିଲେ। ଯୁଜେଷ୍ଟି ଚଣ୍ଡୀ ଧାରା ବିବରଣୀ ପ୍ରଦାନ କରିଥିବାବେଳେ ଅନୁଷ୍ଠାନର ସଦସ୍ୟ ଯୁଗେଶ୍ବର ଚଣ୍ଡୀ, ଆନନ୍ଦ ମାଝୀ, ବିକାଶ ଚଣ୍ଡୀ, କହ୍ନେଇ କଟା, ବବଲୁ ଚଣ୍ଡୀ ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ଭଇଁରିଗୁଡ଼ା ଦଳ ୦୨- ୦୧ ଗୋଲରେ ଚାମ୍ପିଅନ ହୋଇ ଥିବା ବେଳେ କଳାହାଣ୍ଡି ଏକାଦଶ ରନର୍ ଅପ୍ ହୋଇ ପୁରସ୍କୃତ ହୋଇଥିଲେ।ସାତ ଦିନ ପର୍ଯ୍ୟନ୍ତ ଉକ୍ତ ପ୍ରତିଯୋଗିତାରେ ପରିଚାଳନା କରିଥିବା ପରିଚାଳକ ଲାଇନ ମେନ ସମେତ ସମସ୍ତ ଉଦଯୋଗୀ ଯୁବକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା।






