ଫକୀର ମୋହନ ସାହିତ୍ୟ ପରିଷଦ ପକ୍ଷରୁ ଲୋକାର୍ପିତ ହେଲା ଡକ୍ଟର ଶ୍ରୀକାନ୍ତ ଚରଣ ପାତ୍ରଙ୍କ ଆତ୍ମଜୀବନୀ ପୁସ୍ତକ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବିଶିଷ୍ଟ ସାହିତ୍ୟିକ ଶିକ୍ଷାବିତ ଡକ୍ଟର ଶ୍ରୀକାନ୍ତ ଚରଣ ପାତ୍ରଙ୍କ ଆତ୍ମଜୀବନୀ ମୂଳକ ପୁସ୍ତକ ‘ସୁବର୍ଣ୍ଣରେଖା କୂଳେ ମୋ ଜୀବନ : କେତେ କଥା କେତେ ବ୍ୟଥା’ କବିତୀର୍ଥ ଶାନ୍ତିକାନନ ଠାରେ ଫକୀର ମୋହନ ସାହିତ୍ୟ ପରିଷଦ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ଲୋକାର୍ପିତ ହୋଇଯାଇଛି। ପରିଷଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଡକ୍ଟର ଦେବାଶିଷ ପାତ୍ର ଗଦ୍ୟ ସାହିତ୍ୟରଚନା କ୍ଷେତ୍ରରେ ସାରା ଓଡ଼ିଶାରେ ବାଲେଶ୍ବର କିପରି ଅଗ୍ରଗଣ୍ୟ ଓ ସମଗ୍ର ବାଲେଶ୍ବରରେ ଡକ୍ଟର ପାତ୍ରଙ୍କର ଗଦ୍ୟସାହିତ୍ୟକୁ ଅତୁଳନୀୟ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ। ଅନେକ ଚରିତ୍ର ଓ କାହାଣୀ ବୃତ୍ତରେ ଘୁରିବୁଲି ପ୍ରେମରେ ପ୍ରସରି ଯାଇ ସେ ଯେଉଁ ଦୁର୍ମୂଲ୍ୟ ତଥ୍ୟ ଆହରଣ କରିଛନ୍ତି ତାର ସୁଗନ୍ଧିତ ସଂସ୍କରଣ ହେଉଛି ତାଙ୍କର ଏହି ଆତ୍ମଜୀବନୀ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଓ ସମୀକ୍ଷକ ଡକ୍ଟର ରାଧାଗୋବିନ୍ଦ କୋଇଲା ମତବ୍ୟକ୍ତ କରି କହିଲେ ଯେ, ଯିଏ ଦୁଃଖରେ ରୁଟି ଖଣ୍ଡେ ନ ଖାଇ ପରର ଭୋକ ପାଇଁ ଉତ୍ସର୍ଗ କରିନାହିଁ ନିଜକୁ, ସେ କେବେ ଜୀବନରେ ଈଶ୍ୱରଙ୍କୁ ଅନୁଭବ କରିପାରିବ ନାହିଁ। ଲେଖକ ଡକ୍ଟର ପାତ୍ର ଏସବୁର ଅଙ୍ଗେ ନିଭାଇ ଦୁଃଖ କଷ୍ଟକୁ ହଜମ କରି ଏସବୁର ଅମୃତ ବାଢି ଦେଇଛନ୍ତି ଉକ୍ତ ଆତ୍ମଜୀବନୀ ପୁସ୍ତକରେ ବୋଲି ସେ କହିଥିଲେ। ଡକ୍ଟର କାଳିପଦ ପଣ୍ଡା ପ୍ରକାଶକୀୟ ଅଭିବ୍ୟତିରେ ଅନେକ ଶ୍ରମ ଓ ମାନସିକ ଚାପର ବଶବର୍ତ୍ତୀ ହୋଇ ସୁଦ୍ଧା ନିଜ ଉତ୍ସାହରେ ସେ ଏ ବହିକୁ ପ୍ରକାଶ କରି ପାଠକାର୍ପଣ କରିପାରିଥିବାରୁ ଜୀବନର ବଡ଼ ଆନନ୍ଦ ବୋଲି କହିଥିଲେ। ଲେଖକୀୟ ଅଭିବ୍ୟକ୍ତିରେ ଡକ୍ଟର ପାତ୍ର ମନର ସ୍ମୃତିସବୁକୁ ଉଲ୍ଲେଖ କରିବା ସହ ସ୍ବର୍ଣ୍ଣପ୍ରସୂ ସୁବର୍ଣ୍ଣରେଖା ନଦୀ ଆମର ଜୀବନ, ଆମର ଚଳଣି, ଆମର ସଂସ୍କୃତି ଉପରେ କିପରି ଗଭୀର ଛାପ ପକାଇ ପାରିଛି, ତାହା ବର୍ଣ୍ଣନା କରିଥିଲେ। ସୁବର୍ଣ୍ଣରେଖାକୁ ନେଇ ପୂର୍ବରୁ ଥିବା ସ୍ମୃତି ଅନୁଭୂତିରେ ପରିବର୍ତ୍ତନ ଆସିଛି ସତ ହେଲେ ଆଜି ସୁବର୍ଣ୍ଣରେଖା ଯେ ଅଣନିଃଶ୍ୱାସୀ ହୋଇ ପଡ଼ିଲାଣି, ସେକଥା କହିବା ବେଳେ ସେ ପୂର୍ବର ସୁବର୍ଣ୍ଣରେଖାକୁ ନେଇ ତାଙ୍କ ଜୀବନର ଦୁଃଖସୁଖକୁ ପରପିଢି ପାଇଁ କିପରି ଲିପିବଦ୍ଧ କରିଛନ୍ତି ଏହି ଆତ୍ମଜୀବନୀ ପୁସ୍ତକରେ ତାହା ବଖାଣିଥିଲେ। ପଚାଶ ବର୍ଷର ଏକ ସମୃଦ୍ଧ ପତ୍ରିକାର ସମ୍ପାଦକ ତଥା ଲେଖକଙ୍କୁ ଭଲ ପାଉଥିବା ସୂର୍ଯ୍ୟ ନନ୍ଦୀ ବଙ୍ଗଳା ଓ ଓଡ଼ିଆ ସାହିତ୍ୟର ସମନ୍ୱୟ ଓ ଯୋଗାଯୋଗର ସେତୁ ବୋଲି ଡକ୍ଟର ପାତ୍ରଙ୍କୁ ଅଭିହିତ କରି ଦୀର୍ଘଦିନର ମୈତ୍ରୀ ସମ୍ପର୍କର ସ୍ମୃତିଚାରଣ କରିଥିଲେ। ସମ୍ପାଦକ ଡ. ରତ୍ନାକର ସିଂହ ଏହି ଉତ୍ସବରେ ପ୍ରାକ୍ କଥନ ରଖିଥିବା ବେଳେ ରାଜେଶ ଗିରି ଅତିଥିମାନଙ୍କୁ ମଞ୍ଚ ଆହ୍ବାନ କରିଥିଲେ। ଶେଷରେ କଲ୍ୟାଣୀ ନନ୍ଦ ମଞ୍ଚାସୀନ ଅତିଥି ସମେତ ଉପସ୍ଥିତ ସମସ୍ତଙ୍କୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.