ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଳା ଅଞ୍ଚଳରେ ଦିନକୁ ଦିନ ନାରୀ ନିର୍ଯାତନା ବଢୁଥିବା ସହ ମହିଳାଙ୍କୁ ନ୍ୟାୟ ଦେବାରେ ସଇଁତଳା ପୋଲିସ ବିଫଳ ହୋଇଥିବା ଦର୍ଶାଇ ଥାନା ଘେରାଉ କରିଛି ଏଲଡିଏ। ଗତ ନଭେମ୍ୱର ୩ ତାରିଖ ଦିନ ସଇଁତଳା ଅଞ୍ଚଳର ଜଣେ ନାବାଳିକା ଅସଦାଚରଣର ଶିକାର ହୋଇଥିବା ସଇଁତଳା ଥାନାରେ ଅଭିଯୋଗ ହୋଇଛି ତେବେ ଅଭିଯୋଗର ଗୋଟିଏ ମାସ ବିତିଯାଇଥିଲେ ସୁଦ୍ଧା ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଛି ପୋଲିସ। ତେଣୁ ଆଜି ଏଲଡିଏ ପକ୍ଷରୁ ଲବ ସୁନାଙ୍କ ନେତୃତ୍ୱରେ ସଇଁତଳା ଥାନା ଘେରାଉ କରାଯାଉଛି। ଯଦି ପୀଡ଼ିତା ନାବାଳିକାକୁ ନ୍ୟାୟ ନ ମିଳେ ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଏଲଡିଏ ପକ୍ଷରୁ ଚେତାବନୀ ଦିଆଯାଇଛି।





