ଟିକ୍ରାପଡ଼ା ଧାନ ମଣ୍ଡି ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ପ୍ରାଥମିକ କୃଷି ସମବାୟ ସମିତି ଠାରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି | ପ୍ୟାକ୍ସ ସଭାପତି ରାଜେଶ ରାଜପଲିଆଙ୍କ ଅଧ୍ୟକ୍ଷତା ତଥା ସମ୍ପାଦକ ତଥା କ୍ରୟ ଅଧିକାରୀ ରୋହିତାଶ୍ଵ ତାଣ୍ଡିଙ୍କ ସଂଯୋଜନାରେ ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା | ସାଂସଦ ପ୍ରତିନିଧି ଅକ୍ଷୟ ରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହାକୁ ଉଦ୍ଘାଟନ କରିଥିଲେ | ନୋଡାଲ ଅଧିକାରୀ ତଥା ରାଜସ୍ବ ନିରୀକ୍ଷକ ଅଶ୍ୱିନୀ କୁମାର ସାମଲ, ସାମ୍ବାଦିକ ରମାକାନ୍ତ ରାଜପଲିଆ, ଭଗବାନ ରାଜପଲିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ବଳରାମ ଥନାପତି ପୂଜାର୍ଚ୍ଚନା କରିଥିଲେ | ଶେଷରେ ଡାଟା ଏଣ୍ଟ୍ରି ଅପରେଟର ବିଶ୍ୱଜୟ ରାଜପଲିଆ ଧନ୍ୟବାଦ ଅର୍ପଣ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ପ୍ରେମଚାନ୍ଦ କଠାର, ପ୍ରମୋଦ ପାତ୍ର, ଡୋଳାମଣି ଚନ୍ଦନ, ରାଧେଶ୍ୟାମ ରଣା ପ୍ରମୁଖ ଉପସ୍ଥିତ ରହିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.