ଚିଲିଗୁଡା ନିକଟରେ ସଡ଼କ ଦୁର୍ଘଟଣା: ବୋଲେରୋ ଓ ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରେଲର, ଡ୍ରାଇଭର ଅଟକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଭବାନୀପାଟଣା ଜୟପୁର ଜାତୀୟ ରାଜପଥ ୨୬ ର କୋକସରା ଥାନା ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ଏକ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ସୋମବାର ମଧ୍ୟାହ୍ନରେ ଦ୍ରୁତ ଗତିରେ ଭବାନୀପାଟଣା ପଟୁ ଜଗଦଲପୁର ଯାଉଥିବା ଏକ ଟ୍ରେଲର ନମ୍ବର (ଏନ୍ ଏଲ ୦୧ ଏଜି ୮୮୭୭) ରାସ୍ତା କଡରେ ଥିବା ଏକ ବୋଲେରୋ, ଟ୍ରାକ୍ଟର ଓ ବାଇକ ସମେତ ଲୋକଙ୍କ ଉପରେ ମାଡି ଯିବାରୁ ୩ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗ୍ରାମବାସୀ ମାନେ ଡ୍ରାଇଭରକୁ କାବୁ କରିବା ସହ ଗୁରୁତରଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ କୋକସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ନେଇ ଥାନାରେ ଅଟକ ରଖିଥିବା ଜଣାପଡିଛି। ଗୁରୁତର ୩ ଜଣ ହେଲେ ଚିଲିଗୁଡା ଗ୍ରାମର ପ୍ରଶାନ୍ତ ସିଂ, ଭୋଳା ଶଙ୍କର ନାଏକ ଓ ଶଙ୍କର ନିଆଁଲ। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ପ୍ରଶାନ୍ତ ସିଂ ଙ୍କୁ ଅବସ୍ଥା ଜଟିଳ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅଟକ ଡ୍ରାଇଭର ହେଲେ ପଞ୍ଜାବର ରାମଦାସ ଗ୍ରାମର ଗୁରଚନ ସିଂ ଓ ଟ୍ରଲର ଟି ରାୟପୁରର ବୋଲି ସୂଚନା ଦେଇଛନ୍ତି। କୋକସରା ପୋଲିସ ଟ୍ରଲର କୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.