କ୍ରୀଡ଼ା ଜୀବନକୁ ସୁସ୍ଥ ଓ ଶୃଙ୍ଖଳିତ କରିଥାଏ, କହିଲେ ଅତିଥି
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଶୋଭାରାମପୁର ସ୍ଥିତ ବାଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ସମ୍ପ୍ରତି ମହା ସମାରୋହରେ ପାଳିତ ହୋଇ ଯାଇଛି। ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷ ଅନ୍ନଦା ପ୍ରସାଦ ଜେନା ସଭାପତିତ୍ବ କରିଥିବା ବେଳେ ଶୋଭାରାମପୁରର କାଉନସିଲର୍ ନିରୁପମା ଦାସ ମୁଖ୍ୟ ଅତିଥି ଓ ବିଧାୟକଙ୍କ ପ୍ରତନିଧି ସୀତାକାନ୍ତ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରି କ୍ରୀଡା ଉତ୍ସବକୁ ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀମାନେ ପ୍ରବଳ ଉତ୍ସାହର ସହ ସମସ୍ତ ବିଭାଗରେ ଅଂଶ ଗ୍ରହଣ କରି ପ୍ରତିଯୋଗିତାରେ ଭାଗ ନେଇ ଥିଲେ। ଉଦଯାପନୀ ଉତ୍ସବ ଅଧ୍ୟକ୍ଷ ଅନ୍ନଦା ପ୍ରସାଦ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅବସରପ୍ରାପ୍ତ ଫ୍ଲାଇଙ୍ଗ୍ ଅଫିସର୍ ଅଶୋକ କୁମାର ଦାସ ମୁଖ୍ୟ ଅତିଥି ଓ ସାଂସଦଙ୍କ ପ୍ରତିନିଧି ଚିତ୍ତ ରଞ୍ଜନ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜୀବନରେ କ୍ରୀଡାର ଉପଯୋଗୀତା ଓ ଶୃଙ୍ଖଳିତ ଜୀବନର ମାହାତ୍ମ୍ୟ ବିଷୟରେ ପିଲାମାନଙ୍କୁ ଉଦବୋଧନ ଦେଇଥିଲେ। ରାଜର୍ଷିି ଦାସ ଓ ସୁଶାନ୍ତ ନାୟକ ମୁଖ୍ୟତଃ କ୍ରୀଡା ପରିଚାଳନାର ଦାୟିତ୍ଵ ନିର୍ବାହ କରିଥିବା ବେଳେ ଅଧ୍ୟାପକ ରତ୍ନାକର ମହାପାତ୍ର ଓ ଚକ୍ରଧର ମହାପାତ୍ର ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ। କ୍ରୀଡା ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସୌମ୍ୟରଞ୍ଜନ ପ୍ରଧାନ, ଦେବଯାନୀ ଦାସ, କମଳାକାନ୍ତ ପରିଡ଼ା, ରବୀନ୍ଦ୍ର ସେଠୀ, ସୂର୍ଯ୍ୟକାନ୍ତ ସାହୁ, ଅର୍ପିତା ନାୟକ, ବନିତା ମିଶ୍ର, ରଜ କିଶୋର ଭୋଇ, ପୁରୁଷୋତ୍ତମ ମୁଖି, ରବୀନ୍ଦ୍ର ସ୍ବାଇଁ। ଉଦଯାପନୀ ଉତ୍ସବରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ବିତରଣ କରାଯିବା ସହ ବାଳକ ବିଭାଗରେ ଦେବେନ୍ଦ୍ର ସିଂ ଓ ବାଳିକା ବିଭାଗରେ ମନିଷା ମୁର୍ମୁଙ୍କୁ ଚାମ୍ପିଅନ ଟ୍ରଫି ପ୍ରଦାନ କରାଯାଇଥିଲା।




