ୟଙ୍ଗଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ପୁଝାରୀଗୁଡାକୁ ହରାଇ ଲଡୁଗାଁ ଚାମ୍ପିଅନ୍

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ କାଉଡୋଲାଠାରେ ଚାଲିଥିବା ୟଙ୍ଗଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଫାଇନାଲ ଖେଲ ସହିତ ଉଦଯାପିତ ହୋଇଛି। ଫାଇନାଲ ଖେଳ ପୁଝାରୀଗୁଡା ଏବଂ ଲଡୁଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଲଡୁଗାଁ ଦଳ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ହୋଇଛି। ପ୍ରଥମେ ଲଡୁଗାଁ ଟିମ୍ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭର ଖେଲି ୯ ୱକେଟ ବିନିମୟରେ ୯୭ ରନ ସଂଗ୍ରହ କରିଥିଲା। ୯୮ ରନ୍ ରେ ବିଜୟଲକ୍ଷ ନେଇ ପୁଝାରୀଗୁଡା ଦଳ ପଡିଆକୁ ଓହ୍ଲାଇଥିବା ବେଳେ ୮୩ ରନ ସଂଗ୍ରହ କରି ପାରିଥିଲେ। ଫଳରେ ୧୫ ରନ୍ ରେ ଲଡୁଗାଁ କ୍ରିକେଟ ଟିମ୍ ବିଜୟୀ ହୋଇ ଚାମ୍ପିଅନ ହୋଇଛି। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷକ ଗଣେଶ ସତନାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମାଜସେବୀ ସୁରଥ ସରାବୁ ମୁଖ୍ୟବକ୍ତା, ସାମ୍ବାଦିକ ଚକ୍ରଧର ବେଶ୍ରା ସମ୍ମାନିତ ଅତିଥି ଏବଂ ଅନ୍ୟତମ ଅତିଥି ଭାବେ ରଜନୀ କାନ୍ତ ସରାବୁ, ସୁଦର୍ଶନ ସେଠୀ ପ୍ରମୁଖ ଯୋଗଦେଇ ଖେଲାଲି ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ପ୍ରଦାନ କରିଥିଲେ। ଆମ୍ପିୟର ଭାବେ ବସନ୍ତ କୁମାର ସରାବୁ ଏବଂ କୁନା ମାଝୀ ଖେଲ ପରିଚାଳନା କରିଥିଲେ। ସୌରଭ ସରାବୁ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ। ୟଙ୍ଗଷ୍ଟାର କ୍ରିକେଟ ଦଳର କେଶବ ମାଝି, ପିଣ୍ଟୁ କୋଚିଆ, ଅଜିତ ମାଝି, ସୁନିଲ, ହିମାଂଶୁ, ଆକାର, ଧନଞ୍ଜୟ, ପିଣ୍ଟୁ, କୁନା, ବିରେନ୍ଦ୍ର, ନିମାଇଁ, ଅନନ୍ତ, ଶୁଶାନ୍ତଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ପରିଚାଳନାରେ ସ‌ହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.