ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲ ଛାତ୍ରଛାତ୍ରୀଙ୍କ ଗହଣରେ ୮୦ତମ ଜନ୍ମଦିନ ପାଳିଲେ ଶିଶୁ ସାହିତ୍ୟିକ ଡ. ଯୁଗଳ କିଶୋର ଷଡ଼ଙ୍ଗୀ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ଶିଶୁ ସୈନିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗହଣରେ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଶିଶୁ ସାହିତ୍ୟିକ ଡ. ଯୁଗଳ କିଶୋର ଷଡ଼ଙ୍ଗୀ ତାଙ୍କର ୮୦ତମ ଜନ୍ମଦିନ ପାଳନ କରିଛନ୍ତି | ଏହି ଅବସରରେ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତା ତଥା ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦକ ଅନ୍ତର୍ଯ୍ୟାମୀ ରାଜପଲିଆଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସାହିତ୍ୟିକ ଜ୍ୟୋତିପ୍ରକାଶ ଗଡ଼ତ୍ୟା, କବି ଗଜେନ୍ଦ୍ର ବାଗ, ସିଆରସିସି ବିରଞ୍ଚି ନାରାୟଣ ଦାସ, ଅବସରପ୍ରାପ୍ତ ଶିକ୍ଷକ ଥମିର ଛତ୍ରିଆ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ଦେଇଥିଲେ | ୮୧ ବର୍ଷ ବୟସରେ ପାଦ ଥାପିବା ଅବସରରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅତିଥିଗଣ ଶ୍ରୀ ଷଡ଼ଙ୍ଗୀଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ | ଶିଶୁ ସୈନିକ ବିଦ୍ୟାଳୟର ପାଠ୍ୟ ପୁସ୍ତକ, ଅଧ୍ୟାପନା ଶୈଳୀ ଶିଶୁ ମନସ୍ତତ୍ତ୍ୱ ଅନୁରୂପ, ଅନନ୍ୟ ଓ ଯୁଗୋପଯୋଗୀ | ବିଦ୍ୟାଳୟ ସହ ତାଙ୍କର ଦୀର୍ଘ ଦିନର ଭାବନାତ୍ମକ ସମ୍ପର୍କ ରହିଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ | ଦୁଇ ଝିଅ ସସ୍ମିତା ଓ ସବିତା ଉପସ୍ଥିତ ରହିଥିଲେ | ଶେଷରେ ଶିକ୍ଷୟିତ୍ରୀ ଲକ୍ଷ୍ମୀ ନାଗ ଧନ୍ୟବାଦ ଅର୍ପଣ କରିଥିଲେ | ସଭା ପରେ ଶିଶୁ ସାହିତ୍ୟିକ ଶ୍ରୀ ଷଡ଼ଙ୍ଗୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗହଣରେ କିଛି ସମୟ ବିତାଇ ଭାବର ଆଦାନ ପ୍ରଦାନ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.