ଅନୁସୂଚୀତ ଜାତି ଓ ଜନଜାତି ହଷ୍ଟେଲକୁ ଅଚାନକ ପରିଦର୍ଶନ କଲେ ପ୍ରତିନିଧି ଦଳ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଜିଲ୍ଲା ତରଭା ବ୍ଲକ ଚାରଭଟା ସ୍ଥିତ ଆଦିବାସୀ ହଷ୍ଟେଲରେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ଦୁର୍ଭାଗ୍ୟ ଜନକ ମୃତ୍ୟୁ ଘଟଣା ପରେ ଗତକାଲି ଅପରାହ୍ନରେ ସୋନପୁର ବ୍ଲକ ଅନ୍ତର୍ଗତ ଅସୁରମୁଣ୍ଡା ଠାରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଅନୁସୂଚୀତ ଜାତି ଓ ଜନଜାତି ୪ ଗୋଟି ହଷ୍ଟେଲ (ଛାତ୍ର ଓ ଛାତ୍ରୀ ନିବାସ) କୁ ଅଚାନକ ପରିଦର୍ଶନ କରିଥିଲେ ଜିଲ୍ଲା ପ୍ରଶାସନର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ। ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ନିର୍ଦ୍ଦେଶ କ୍ରମେ ସୋନପୁର ବ୍ଲକର ନୂତନ ବିଡିଓ ଶ୍ରୀ ପ୍ରତୀକ କରଙ୍କ ନେତୃତ୍ଵରେ ଡ଼ବ୍ଲୁଇଓ ସୌରଭ ଦାନୀ, ବିଆରସି ବିବେକାନନ୍ଦ ପଣ୍ଡା, ଏଇ ରାଜେନ୍ଦ୍ର ମଣ୍ଡଳ ପ୍ରମୁଖ ଅଫିସର ଏହି ପରିଦର୍ଶନରେ ସାମିଲ ଥିଲେ। ଅସୁର ମୁଣ୍ଡା ଆଦିବାସୀ ଛାତ୍ର ଓ ଛାତ୍ରୀ ନିବାସର ଶୃଙ୍ଖଳା, ଭିତ୍ତିଭୁମି ବିକାଶର ସାମଗ୍ରିକ ସ୍ଥିତି, ଶିକ୍ଷା, ପାନୀୟ ଜଳର ଗୁଣବତ୍ତା, ପରିମଳ ଓ ପରିଷ୍କାର ପରିଚ୍ଛନ୍ନତା, ମଧ୍ୟାହ୍ନ ଭୋଜନର ମାନ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ କଡାକଡି ଯାଞ୍ଚ କରିଥିଲେ ବିଡିଓ ଶ୍ରୀ କର ଙ୍କ ସହିତ ଏହି ପ୍ରତିନିଧି ଦଳ। ଗତକାଲି ଏହି ଗାଁ ରେ ଥିବା ତିନି ଗୋଟି ଛାତ୍ରୀ ନିବାସ ଓ ଗୋଟାଏ ଛାତ୍ର ନିବାସରେ ପ୍ରାୟ ୩ ଘଣ୍ଟା ଯାଏଁ ଜିଲ୍ଲା ପ୍ରଶାସନର ଏହି ପ୍ରତିନିଧି ଦଳ ସମସ୍ତ ବ୍ୟବସ୍ଥା ଉପରେ ଯାଞ୍ଚ ଓ ନିରୀକ୍ଷଣ କରିଥିବା ବେଳେ ଆଗକୁ ପ୍ରତି ମୁହୂର୍ତ୍ତରେ ହଷ୍ଟେଲର ସୁରକ୍ଷା ଓ ସମସ୍ତ ବ୍ୟବସ୍ଥା ଉପରେ ଧ୍ୟାନ ରଖିବାକୁ ଓ ପ୍ରତିଦିନ ରିପୋର୍ଟ ପ୍ରଦାନ କରିବାକୁ ହଷ୍ଟେଲ ଅଧିକ୍ଷକଙ୍କୁ ପରାମର୍ଶ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.