ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ଦକ୍ଷତା ବିକାଶ ଓ ନିୟୋଜନ ବିଭାଗ ତତ୍ତ୍ୱାବଧାନରେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସିକୁଆଁ, ଡୁମୁରିଆ ଏବଂ ଅର୍ତ୍ତଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଯୋଗ୍ୟ ଓ ଇଚ୍ଛୁକ ଗ୍ରାମାଞ୍ଚଳର ସ୍ୱଳ୍ପ ଶିକ୍ଷିତ ବେକାର ଯୁବତୀଙ୍କୁ ରୋଜଗାରକ୍ଷମ କରାଇବା ଉଦ୍ଦେଶ୍ୟରେ ସୁଯତ୍ନ ୱେଲଫେୟାର ଟ୍ରଷ୍ଟ, ଭୁବନେଶ୍ୱର ତରଫରୁ ନର୍ସିଂ ଆସିଷ୍ଟାଣ୍ଟ ତାଲିମ ପାଇଁ ଏକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା ।
ଶିବିରରେ ସୁଯତ୍ନ ଟ୍ରଷ୍ଟର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜ୍ଞାନରଞ୍ଜନ ଭୁୟାଁ, ନିଯୁକ୍ତି ସଂଯୋଜିକା ଶ୍ରୀମତୀ ଶୁଭଶ୍ରୀ ମଲ୍ଲିକ, କଳାହାଣ୍ଡି ଜିଲ୍ଲା କାଉନସିଲର ସଭ୍ୟ ଶ୍ରୀମତୀ ଡୋଳାମଣି ପ୍ରଧାନ ଏବଂ ସଂଯୋଜକ ଶ୍ରୀ ହରିଶଚନ୍ଦ୍ର ନାଏକ ଉପସ୍ଥିତ ରହି ତାଲିମ ସମୟରେ ଓ ପରେ ମିଳୁଥିବା ବିଭିନ୍ନ ସୁବିଧା ସମ୍ପର୍କରେ ଉପସ୍ଥିତ ୧୦୦ ଜଣ ଯୁବତୀଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ ।
ଏହି କାର୍ଯ୍ୟକ୍ରମକୁ ସିକୁଆଁ ପଞ୍ଚାୟତର ସିଆରପି ଶ୍ରୀମତୀ ଆଲାଦିନୀ ପଧାନ ଓ ଶ୍ରୀମତୀ ରିଙ୍କି ସାହୁ; ଡୁମୁରିଆ ପଞ୍ଚାୟତର ସିଆରପି ଶ୍ରୀମତୀ ବିନତୀ କର, ଶ୍ରୀମତୀ ରଞ୍ଜିତା କର ଓ ଶ୍ରୀମତୀ ରାଧବୀ ପ୍ରଧାନ; ଅର୍ତ୍ତଳ ପଞ୍ଚାୟତର ଏମବିକେ ଶ୍ରୀମତୀ ମାମିନା ପଧାନ; କାନ୍ଦୁଲଝର ପଞ୍ଚାୟତର ସିଆରପି ଶ୍ରୀମତୀ ଯମୁନା ବେମାଲ, ଶ୍ରୀମତୀ ହିମାଦ୍ରୀ ବଛା, ଶ୍ରୀମତୀ ଦୀପାଞ୍ଜଳି ବେମାଲ ଓ ଶ୍ରୀମତୀ ରାଜେଶ୍ୱରୀ ନାଏକ ଏବଂ ଅଜରେଇ ପଞ୍ଚାୟତର ସିଆରପି ଶ୍ରୀମତୀ ପିଙ୍କି ବାଗ ଆଦି ପରିଚାଳନା କରିଥିଲେ ।





