ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ନୁନପୂର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଦୁଇ ଦିନ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରଶ୍ମି ରାଣୀ ମିଶ୍ରଙ୍କ ସଭାପତିତ୍ୱ ଓ କ୍ରୀଡା ଶିକ୍ଷକ ଡୋଳା ମଣି ବେହେରା ମୁଖ୍ୟ ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ। ମୁଖ୍ୟ ଅତିଥି ଭାବେ ନୁନପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ସବିତା ରଣା ଯୋଗ ଦେଇଥିଲେ । ତତ ପରେ ଅତିଥିଙ୍କ ଦ୍ୱାରା କ୍ରୀଡା ପତାକା ଉତ୍ତୋଳନ କରାଯାଇଥିଲା ଓ କ୍ରୀଡା ଉତ୍ସବ ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା। ବାର୍ଷିକ କ୍ରୀଡା କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁନାସୂତା ହାତୀ, ଶିକ୍ଷକ ତିମତୀ ମାଝୀ, ପ୍ରକାଶ ସେଠୀ, ସଞ୍ଜୟ କୁମାର ସେଠୀ, ନରେଶ ମଲ୍ଲିକ, ଦିବ୍ୟ ଭାରତୀ ନାଏକ, ବିନୟ କୁମାର ପଧାନ, କିରାଣୀ ରାମେଶ୍ବର ପ୍ରସାଦ ସାହୁ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଗଣ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।





