ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଝରଣୀର ଛାତ୍ର ରାଜ ଆର୍ଯ୍ୟନ ଦୋରା ପାର୍ଲିଆମେଣ୍ଟରେ ଇଂରାଜୀ ଭାଷଣ ଦେବା ପାଇଁ ହେଲେ ମନୋନୀତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ପାର୍ଲିଆମେଣ୍ଟରେ ଆସନ୍ତା ୨୪ ତାରିଖ ଇଂରାଜୀରେ ବକ୍ତୃତା ଦେବା ପାଇଁ ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକର ଝରଣୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ରାଜ ଆର୍ଯ୍ୟନ ଦୋରା ମନୋନୀତ ହୋଇଛନ୍ତି | ସାରା ଭାରତରୁ ବିଭିନ୍ନ ପ୍ରଦେଶରୁ ଚୟନ କରାଯାଇଥିବା ଛାତ୍ରଛାତ୍ରୀଙ୍କୁ ଏହି ବକ୍ତୃତା କାର୍ଯ୍ୟକ୍ରମ ‘ତୁମ ନେତାଙ୍କୁ ଜାଣ’ ପାଇଁ ଚୟନ କରାଯାଇଥିବା ବେଳେ ଓଡ଼ିଶାରୁ ଏକମାତ୍ର ଛାତ୍ର ଭାବେ ରାଜ ଆର୍ଯ୍ୟନଙ୍କୁ ଚୟନ କରାଯାଇଛି | ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ, ନୂଆଦିଲ୍ଲୀଙ୍କ ପକ୍ଷରୁ ଏନେଇ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ସୂଚିତ କରାଯାଇଛି | କଣ୍ଟାବାଞ୍ଜି ସହରର ରାଜେନ୍ଦ୍ର ଦୋରା ଓ ପଙ୍କଜିନୀ ଦୋରାଙ୍କ ପୁତ୍ର ରାଜ ଆର୍ଯ୍ୟନଙ୍କ ଚୟନ ନେଇ ବିଦ୍ୟାଳୟ ଅଧ୍ୟକ୍ଷ ଚନ୍ଦନ କୁମାର ମହାକୁଡ଼ ଏବଂ ସହକର୍ମୀଙ୍କ ସମେତ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି | ଗାଇଡ଼ ଶିକ୍ଷକ ଦିଲ୍ଲୀପ କୁମାର ଶବରଙ୍କ ସହ ରାଜ ଆର୍ଯ୍ୟନ ନୂଆଦିଲ୍ଲୀ ଯାତ୍ରା କରିଥିବା ଜଣା ପଡିଛି | ତା’ଙ୍କ ଦ୍ୱାରା ଦେବାକୁ ଭାଷଣର ଶିରୋନାମା ‘ଅଟଳ ବିହାରୀ ବାଜପେୟୀ’ ରହିଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.