ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ) :
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଲିଆକାନି ଗୌନ୍ତିଆ ପରିବାରର ଦାୟାତ ଗଣେଶ୍ଵର ରାଉତଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହେଉଥିଲା। ସେ ପୂର୍ବତନ ଗୋଲାମୁଣ୍ଡା ଗ୍ରାମ ପଞ୍ଚାୟତର କ୍ରମାଗତ ଦୁଇ ଥର ସରପଞ୍ଚ ଓ ଖଲିଆକାନି ଗ୍ରାମ ପଞ୍ଚାୟତର ପ୍ରଥମ ସରପଞ୍ଚ ତଥା ଗୋଲାମୁଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଥିଲେ। କଳାହାଣ୍ଡିର ସ୍ବର୍ଗତ ରାଜା ପ୍ରତାପ କେଶ୍ୱରି ଦେଓଙ୍କ ସମୟରେ ସେ ସକ୍ରିୟ ରାଜନୀତିରେ ଥିଲେ। ସେ ଜଣେ ସାଲିସ ବିହୀନ ରାଜନେତା, ସ୍ଵଷ୍ଟବାଦି ଓ ପରୋପକାରୀ ମେଲାପି ନେତା ଥିଲେ। ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁତ୍ର ପ୍ରଶନ୍ନ ରାଉତ, ନବିନ ରାଉତ ଓ ଦୁଇ ଝିଅ ଜ୍ବାଇଁ ତଥା ସାମାଜିକ ଭାଇ ବନ୍ଧୁ ଉପସ୍ଥିତ ଥିଲେ। ବଡପୁଅ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ଅନେକ ରାଜନେତା ଓ ମାନ୍ୟଗଣ୍ୟ ଶୋକବ୍ୟକ୍ତ କରିଥିବା ବେଳେ ଗୋଲାମୁଣ୍ଡା ଓ ଖଲିଆକାନି ଅଞ୍ଚଳରେ ଶୋକର ଛାୟ ଖେଳି ଯାଇଛି।





