ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ବ୍ଲକ ସେଁପୁର ଧନୁଯାତ୍ରା ମହୋତ୍ସବର ଚତୁର୍ଥ ଦିବସ ସଫଳତାର ସହ ସମାପନ ହୋଇଛି। ଧନୁଯାତ୍ରା କମିଟି ସଭାପତି ମାନଗୋବିନ୍ଦ ମାଝୀଙ୍କ ଅଧ୍ୟକ୍ଷତାରେ ସମାବେଶରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସମ୍ପାଦକ ଭାରତୀୟ ଜନତା ପାର୍ଟି କଳାହାଣ୍ଡି ବିଭୀଷଣ ସାହୁ, ସମ୍ମାନିତ ଅତିଥି ରଞ୍ଜିତ ସରାଫ, ଫକୀର ବାଘେଲଙ୍କ ସମେତ ଉପ ସଭାପତି ସୁଶାନ୍ତ ମାଝୀ, ସମ୍ପାଦକ ଭାଗ୍ୟବାନ ସାହୁ, କୋଷାଧ୍ୟକ୍ଷ କିଶୋର ସାହୁ, ଯୁଗ୍ମ ସମ୍ପାଦକ ଜିତେନ୍ ବାଗ, ମୁଖ୍ୟ ଉପଦେଷ୍ଟା ରାଜେଶ ପ୍ରସାଦ ସାହୁ, ସୁଧାଂଶୁ ଶେଖର ସାହୁ, ବାଳ କ୍ରିଷ୍ଣା ପାରି, ପଙ୍କଜ ବାଗ, ଫଟୁଲାଲ ବାଗ, ବାଞ୍ଛାନିଧି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଗୋପପୁରରେ ନନ୍ଦଉତ୍ସବ ସହ ପୁତନା ବଧ ଶୁଣି କଂସ ମହାରାଜ ମର୍ମାହତ ହେବା ମଞ୍ଚସ୍ଥ ହୋଇଥିଲା। ଏଥି ସହ ତୁଷରା ବଲାଙ୍ଗୀରର ସାନ ବଡ଼ଙ୍କ ଦ୍ୱାରା ଘୁଡୁକା ନୃତ୍ୟ ପରିବେଷଣ ହୋଇଥିଲା, ଯାହା ଏହି ରାଜନୀରେ ମୁଖ୍ୟ ଆକର୍ଷଣର ବିଷୟ ପାଲଟିଥିଲା। ଧନୁଯାତ୍ରା କମିଟିର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ।





