ସୋମରୟ ଫାଉଣ୍ଡେସନର ମାଟି ଗୌରବ ସମ୍ମାନ ଓ ନୀଳାଚଳ ରଙ୍ଗ ଉତ୍ସବ-୨୦୨୫

ସମ୍ବର୍ଦ୍ଧିତ ହେଲେ ନର୍ଲାର ସାମ୍ବାଦିକ ଲିଙ୍ଗରାଜ ମିଶ୍ର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭୁବନେଶ୍ଵରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋମରୟ ଫାଉଣ୍ଡେସନର ମାଟି ଗୌରବ ସମ୍ମାନ ଓ ନୀଳାଚଳ ରଙ୍ଗ ଉତ୍ସବ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ସମାଜର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନ କରିଥିବା ୧୭ ଜଣ ପ୍ରତିଭା ମାଟି ଗୌରବ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ନର୍ଲାର ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର ମଧ୍ଯ ଏହି ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏସ.ଆର ଫାଉଣ୍ଡେସନ ଦୀର୍ଘ ବର୍ଷ ଧରି ବିଦ୍ୟାର୍ଥୀ ବ୍ୟକ୍ତିତ୍ଵ ବିକାଶ ଓ ଗୁଣାତ୍ମକ ଶିକ୍ଷା ବିକାଶ ଦିଗରେ କାର୍ଯ୍ୟ କରିଆସୁଛି। ଚଳିତ ବର୍ଷ ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗଙ୍କ ସହଯୋଗରେ ଜାତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ କଳା ଓ ଲୋକନୃତ୍ୟର ପ୍ରଚାର ପ୍ରସାର ଓ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଜାତୀୟ ସ୍ତରରେ ନୀଳାଚଳ ରଙ୍ଗ ଉତ୍ସବ ନାମରେ ଏକ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ଦେଶ ତଥା ରାଜ୍ୟର କୋଣ ଅନୁକୋଣରୁ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ ଚିତ୍ରକଳା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା କଳାକାର ମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଗୋଲ୍ଡ ମେଡ଼ାଲିଷ୍ଟ ଡାକ୍ତର ସୂର୍ଯ୍ୟ ପ୍ରକାଶ ଚୌଧୁରୀ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ପୂର୍ବତନ ସାଂସଦ ନୟାଗଡ଼ର ରାଣୀ ପ୍ରତ୍ୟୁଷା ରାଜେଶ୍ୱରସିଂ, ପ୍ରତିକାର ଖବକାଗଜର ମୁଖ୍ୟ ଶୁଭାଶିଷ ମିଶ୍ର, ଡାଇଲଅର୍ବାନ ସଂସ୍ଥାର ମୁଖ୍ୟ ରମେଶ ସ୍ୱାଇଁ, କଳାମଞ୍ଜରୀ କଥକ ସଂସ୍ଥାନ ବିଲାସପୁର ଛତିଶଗଡ଼ର ମୁଖ୍ୟ ଗୁରୁ ରିତେଶ ଶର୍ମା, ଆସାମ ରାଜ୍ୟର ଖ୍ୟାତନାମା ଓଡିଶୀ ନୃତ୍ୟଶିଳ୍ପୀ ଗୁରୁ ଦେବବ୍ରତ ବରୁଆ, ଏସ. ଆର ଉପଦେଷ୍ଟା ନାଟ୍ୟକାର ମନୋଜ ପଣ୍ଡା, ଯୁଧିଷ୍ଟିର ଚୌଧୁରୀ ପ୍ରମୂଖ ଅତିଥି ଭାବରେ ଯୋଗଦାନ କରିଥିଲେ। ଇତ୍ୟବସରରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା ମନୋଜ କୁମାର ପରିଡ଼ା, ଚଣ୍ଡିଖୋଲ, ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ଖୋର୍ଦ୍ଧା, ପ୍ରଣବ କିଶୋର ଶରଣ, ଯାଜପୁର ପରିଡ଼ା, ଶିଶିର କୁମାର ରାଉଳ, ରାୟଗଡା, ସମୀର ଚାନ୍ଦ ଏବଂ ଲିଙ୍ଗରାଜ ମିଶ୍ର, ନର୍ଲା, କଳାହାଣ୍ଡି, ଲଲାଟେନ୍ଦୁ ବଡୁ, କଟକ, ପ୍ରୀତି ଧଳ, ବରେନ୍ଦ୍ର କୁମାର, ମନୋଜ ପଟ୍ଟନାୟକ, ମାମୁନି ଷଡ଼ଙ୍ଗୀ, ବାପି କୁମାର, ଅରୁଣ କୁମାର ରାଉତ, ଅନୁପ କୁମାର ସାହୁ, ସୂର୍ଯ୍ୟ ନାରୟଣ ଗୌଡ଼ ଗଞ୍ଜାମ ଓ ରବୀନ୍ଦ୍ର ନାଥ ସାହୁ ଖଲିକୋଟ ବ୍ୟକ୍ତି ବିଶେଷ ମାନଙ୍କୁ ମଞ୍ଚରେ ସମ୍ମାନୀତ ଓ ସମ୍ୱର୍ଦ୍ଧିତ କରାଯାଇଥିଲା। ପ୍ରଥମ ଦିନ ପ୍ରଥମାର୍ଦ୍ଧରେ ସମ୍ମାନ ସମ୍ବର୍ଦ୍ଧନା ସହିତ ଚିତ୍ରକଳା ପ୍ରତିଯୋଗୀତା ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ଛତିଶଗଡ଼ର ଅପୂର୍ବ ସିଂ, କେତନ ସିଂ ରାଠୋର, ସରନ୍ୟା ମିଶ୍ର, ଭବ୍ୟ ଦେବ ସାଓ, ଅଦ୍ବିକା ବାଜପାୟୀ, ପ୍ରଦୀପ୍ତ ନିରଞ୍ଜକ, ଅଭିଜ୍ଞା ତିୱାରୀ, ୟଶଶ୍ଵି ମିଶ୍ର, ଆରଭି ଥବବାୟତ୍, ଅଖୟା ଥାୱୟ, ସାଧାଭି ନାଗ ଚୌଧୁରୀ, ରିଶିକା ଚୌଧୁରୀ, ନମାମି ପାଠକ, ବିଲାସପୁର କଥକ ନୃତ୍ୟ ଗ୍ରୁପ୍, ଅଦିତି ତିୱାରୀ, ଅନିକା ଅଗ୍ରୱାଲ, ଅଭିଳାଷ କୁଆଁର, ଓଜସ୍ଵିନି ରାଠୋର, ଜିଜ୍ଞାସା ଚତୃବେଦି ଆସାମ ରାଜ୍ୟରୁ ଦୋନତା ତାଲୁକାଦର, ଦୋନତା ତାଲୁକାଦର ବବି ରାଣୀ ତାଲୁକାଦର, ଡଲି ରାଣୀ ତାଲୁକାଦର, ତ୍ରିପୁରା ରାଜ୍ୟରୁ ପ୍ରିୟଙ୍କା ଭଟ୍ଟାଚାର୍ଯ୍ୟ, ସୌମ୍ୟଶ୍ରୀ ଧର, ଦେବଦୂତି ଚକ୍ରବର୍ତ୍ତୀ, ମଧ୍ୟପ୍ରଦେଶରୁ ସୋନାଲ ନାମ ଦେଓ, ନନ୍ଦିନୀ ସୋନି, ଜୀ କନିକା, ଜି କ୍ରିତିକା , ପି ନକ୍ଷତ୍ର, ଆରାଧ୍ୟା, ରୋୟଆ ଦେକ୍ଶିଖା, ସୋନଖି ବେହେରା, ଗୀତ କ୍ରିଷ୍ଣା, ସାଇ ପ୍ରାସାଦ ପଣ୍ଡା ଙ୍କ ପରି ୪୦ ଜଣ ଓଡିଶୀ, କଥକ ଭାରତନାଟ୍ୟମ ଓ ସତ୍ରିଆ ଶାସ୍ତ୍ରୀୟ ଆଦି ନୃତ୍ୟଶିଳ୍ପୀ ଅଂଶ ନୃତ୍ୟ ପରିବେଷଣ କରିଥିଲ। ଦୁଇଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭରପୁର ସଂଖ୍ୟାରେ ଦର୍ଶକ ଭରି ରହିଥିଲେ। ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଥିବା ଏହି କାର୍ଯ୍ୟକ୍ରମକୁ ଏସ. ଆର. ଫାଉଣ୍ଡେସନର କର୍ମକର୍ତ୍ତା ରାଜେନ୍ଦ୍ର ଗୌଡ଼, ପୂର୍ଣ୍ଣ ଚନ୍ଦ୍ର ଦାସ, ଡ଼ାଇନା ଚୌଧୁରୀ ଓ ଗିତାରାଣୀ ବେହେରା ପରିଚାଳନା କରିଥିଲେ।ସଭା କାର୍ଯ୍ୟ ପରିଚାଳନାରେ ପଶ୍ଚିମ ବଙ୍ଗର ଖରଗପୁର କଳା କେନ୍ଦ୍ରର କମଳ ଲୋଚନ ଆଚାର୍ଯ୍ୟ, ଗାୟତ୍ରୀ ଆଚାର୍ଯ୍ୟ ଓ ସ୍ୱେଚ୍ଛାସେବୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ଗୁରୁ ଦେବବ୍ରତ ବରୁଆ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.