ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡିର ଜଣେ ଜଣାଶୁଣା ମହିଳା ନେତ୍ରୀ ସୁନନ୍ଦା ସାହୁଙ୍କୁ ବିଜୁ ଜନତା ଦଳ ଏକ ବଡ଼ ଦାଇତ୍ୱ ଅର୍ପଣ କରିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ରାଜ୍ୟ ମହିଳା ଉପ ସଭାନେତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶ୍ରୀମତୀ ସାହୁ ପୂର୍ବରୁ ସମିତି ସଭ୍ୟା, ଜିଲ୍ଲା ପରିଷଦ ସଦସ୍ୟା, ଭବାନୀପାଟଣା ବ୍ଲକ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇ ଜନସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ଆସୁଛନ୍ତି।





