୧୯ ରୁ ମ୍ୟାଟ୍ରିକ ପରୀକ୍ଷା: ନର୍ଲା ବ୍ଲକର ୧୦ ଗୋଟି କେନ୍ଦ୍ରରେ ୧୬୨୨ ପରୀକ୍ଷାର୍ଥୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଫେବୃୟାରୀ ୧୯ ରୁ ଆରମ୍ଭ ହେବ ମ୍ୟାଟ୍ରିକ ପରୀକ୍ଷା। ଏହା ମାର୍ଚ୍ଚ ୨ ରେ ସମାପନ ହେବ। ଏହାର ସୁ ପରିଚାଳନା ପାଇଁ ପୋଲିସ, ପ୍ରଶାସନ ଓ ଶିକ୍ଷା ବିଭାଗ ପୁରା ଦମରେ ଲାଗି ପଡିଛନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ରେ ୨୯ ଗୋଟି ହାଇସ୍କୁଲ ରହିଥିବା ବେଳେ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ପାଇଁ ୧୦ ଗୋଟି ପରୀକ୍ଷା କେନ୍ଦ୍ର କରାଯାଇଛି। ନର୍ଲା ବ୍ଲକ୍ ଅଧିନସ୍ଥ ୧୦ ଗୋଟି ପରୀକ୍ଷା କେନ୍ଦ୍ରରେ ୧୬୨୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ସୂଚନାରୁ ଜଣାପଡିଛି। ପରୀକ୍ଷାର୍ଥୀ ଓ ଅଭିଭାବକ ଯେମିତି ହଇରାଣ ନହୁଅନ୍ତୁ ସେଥିପାଇଁ ରାଜ୍ୟ ସରକାର ଯତ୍ନବାନ ରହିଥିବା ଜଣାପଡିଛି। ନର୍ଲା ବ୍ଲକର ନର୍ଲା, ତୁଳାପଡା,ଘୋଡାବନ୍ଧ, ମୁସ୍କୁଟି, ପଲମ, ସେରଗଡ, ରୁପ୍ରାରୋଡ, ସରିଆଁ, ଶାନ୍ତପୁର ଓ ରୁପ୍ରା ଏଭଳି ୧୦ ଗୋଟି କେନ୍ଦ୍ର କରାଯାଇଥିବା ସୂଚନା ମିଳିଛି । ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ସାଙ୍ଗକୁ ଅନ୍ୟାନ୍ୟ ଆନୁସଙ୍ଗୀକ ବ୍ୟବସ୍ଥା କରାଯାଇ ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ପୂର୍ଣ୍ଣ ଚେଷ୍ଟିତ ରହିଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ହେଲେ ତନ୍ମଧ୍ୟରୁ ଶାନ୍ତପୁର କେନ୍ଦ୍ର ରେ ଗତ ଦୁଇବର୍ଷ ହେଲା ବ୍ୟତିକ୍ରମ ଦେଖା ଦେଉଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ମୁରବୀଙ୍କ ଜ୍ଞାତସାରରେ କେଇଜଣ ଆସାଧୁ କର୍ମଚାରୀ ବାହ୍ୟ ଦଲାଲଙ୍କ ସହ ମଧୁଚନ୍ଦ୍ରିକା କରି କପି ଯୋଗାଇ ଦେବା ପାଇଁ ଛାତ୍ର ଛାତ୍ରୀଙ୍କ ଠାରୁ ମୋଟା ଅଙ୍କର ଅର୍ଥ ସଂଗ୍ରହ କରୁଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି। ସିସିଟିଭି ଲଗାଯିବା ସତ୍ତ୍ୱେ ମ୍ୟାଟ୍ରିକ ପରୀକ୍ଷା ବେଳେ ଶାନ୍ତପୁର ପରୀକ୍ଷା କେନ୍ଦ୍ରରେ ଘଟୁଥିବା ଏଭଳି ନାରକୀୟ କାଣ୍ଡକୁ ବିଦ୍ୟାଳୟର କେଇଜଣ ନିରୀହ ଷ୍ଟାଫ ନାପସନ୍ଦ କରିବା ସହିତ ନିଜ ନାମ ଗୋପନ ରଖି ଶାନ୍ତପୁର ପରୀକ୍ଷା କେନ୍ଦ୍ରରେ ହେଉଥିବା ଅନିୟମିତତା ପ୍ରତି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଚଳିତ ବର୍ଷ ପରୀକ୍ଷା ପାଇଁ କେନ୍ଦ୍ର ହୋଇଥିବା ହାଇସ୍କୁଲ ଗୁଡିକର ୮୫ ଜଣ ଶିକ୍ଷକଙ୍କ ସମେତ ପ୍ରାଥମିକ ସ୍ତରରୁ ଶାନ୍ତପୁର କେନ୍ଦ୍ର ପାଇଁ ୫ ଜଣ, ସେରଗଡ ୧୦, ପଲମ ୮, ସରିଆଁ ୧୦, ରୁପ୍ରା ୬, ନର୍ଲା ୫, ଘୋଡାବନ୍ଧ ୫, ରୁପ୍ରାରୋଡ ୬ ଓ ମୁସ୍କୁଟି କେନ୍ଦ୍ର ପାଇଁ ୫ ଜଣ ଏଭଳି ୧୦ ଗୋଟି ପରୀକ୍ଷା କେନ୍ଦ୍ର ପାଇଁ ୬୦ ଜଣ ପ୍ରାଥମିକ ଶିକ୍ଷକଙ୍କୁ ଏଭଳି ମୋଟ ୧୪୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଇନଭିଜିଲେଟର ଭାବରେ ଓ କେନ୍ଦ୍ର ହୋଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଭାବରେ ନର୍ଲା ବ୍ଲକ ଶିକ୍ଷା ବିଭାଗ ଦାଇତ୍ୱ ଦେଇଥିବା ସୂଚନା ମିଳିଛି। ନୋଡାଲ ହାଇସ୍କୁଲ ପଞ୍ଚାୟତ ସମିତି ହାଇସ୍କୁଲ ନର୍ଲାରେ ଆସି ସମସ୍ତ ବିଷୟ ଗୁଡିକର ପ୍ରଶ୍ନପତ୍ର ଗଚ୍ଛିତ ରଖାହୋଇ ସାରିଲାଣି। ଏହାର ସୁରକ୍ଷା ଦୃଷ୍ଟିରୁ ନର୍ଲା ହାଇସ୍କୁଲର ପ୍ରଶ୍ନପତ୍ର ରଖା ଯାଇଥିବା ଷ୍ଟ୍ରଙ୍ଗ ରୁମରେ ପୋଲିସ ପହରା ଦେଉଥିବା ଦେଖିବାକୁ ମିଳୁଛି। ନର୍ଲା ହାଇସ୍କୁଲ ନୋଡାଲ କେନ୍ଦ୍ରରୁ ପ୍ରତି ପରୀକ୍ଷା ଦିନ ସକାଳେ ସ୍ୱତନ୍ତ୍ର ଟିମ ସୁରକ୍ଷା ବଳ ସହ ପ୍ରଶ୍ନ ପତ୍ର ନେଇ କେନ୍ଦ୍ର ଗୁଡିକରେ ପହଞ୍ଚାଇବେ। ଏବଂ ଅପେକ୍ଷା କରି ରହିଥିଲେ। ପରୀକ୍ଷା ସରିଯିବା ମାତ୍ରକେ ଉତ୍ତର ଖାତା ଗୁଡିକ ନେଇଆସି ନର୍ଲା ନୋଡାଲ କେନ୍ଦ୍ରରେ ଜମାଦେବେ। ସେଠାରୁ ବୋର୍ଡ କତ୍ତୃପକ୍ଷ ଉତ୍ତର ଖାତା ଗୁଡିକ ନେଇକି ଯିବାର ପ୍ରାବଧାନ ରହିଛି। ସ୍ୱଚ୍ଛତା ଓ ଶୃଙ୍ଖଳିତ ଭାବରେ କେମିତି ପରୀକ୍ଷା ପରିଚାଳନା ହୋଇପାରିବ ସେଥିପାଇଁ ପୋଲିସ, ପ୍ରଶାସନ ଓ ଶିକ୍ଷା ବିଭାଗ ତତ୍ପର ରହିଛି ବୋଲି ସହକାରୀ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ ମତବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.