ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ ତରଫରୁ ଆସନ୍ତା ଫେବୃଆରୀ ମାସ ୨୨ ତାରିଖ ଠାରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ୧୫ ଦିନ ବ୍ୟାପୀ କୁଟୀର ବହିମେଳା ଓ ଭାଷା ପକ୍ଷ ପାଳନ କରାଯିବାକୁ ସ୍ଥିର କରାଯାଇଛି। ‘ସ୍ରଷ୍ଟା’ ନାଟ୍ୟାଳୟରେ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇ ଯାଇଥିବା ଏକ ସାରସ୍ୱତ ସଭାରେ ଏ ସଂପର୍କରେ ସୂଚନା ଦେଇ ଡାକ୍ତର ନନ୍ଦ ବାଲେଶ୍ୱରର ସାହିତ୍ୟିକମାନଙ୍କ ସମ୍ପର୍କରେ ଏହି ଭାଷାପକ୍ଷରେ ଆଲୋଚନା କରାଯିବ ବୋଲି ପ୍ରକାଶ କରିଥିଲେ। ୨୨ ତାରିଖରେ ଏହି ପାକ୍ଷିକ ସାରସ୍ୱତ ଉତ୍ସବ ଉଦ୍ଘାଟିତ ହେବ ଓ ଏଥିରେ ଡାକ୍ତର ନନ୍ଦଙ୍କର ଏକ କବିତା ଗ୍ରନ୍ଥ ଉନ୍ମୋଚିତ ହେବ। ଅନ୍ୟ ଦିନମାନଙ୍କରେ ପ୍ରତି କାର୍ଯ୍ୟକ୍ରମରେ ନିରଞ୍ଜନ ରାଉତ, ଡକ୍ଟର ଶିରୀଶଚନ୍ଦ୍ର ଜେନା, ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ, କବି ଓ ସମ୍ପାଦକ କୃଷ୍ଣ କୁମାର ମହାନ୍ତି, ଗାଳ୍ପିକା ସ୍ମୃତି ଦାସ, ସ୍ତମ୍ଭକାର ଡକ୍ଟର ସୁବାସଚନ୍ଦ୍ର ପାତ୍ର, ଦୀନବନ୍ଧୁ ଲେଙ୍କା, ଡକ୍ଟର ଭାଗବତ ପ୍ରସାଦ ଦାସ, ତପନ ରାୟ, ଡକ୍ଟର ରମାକାନ୍ତ ନାୟକ, ଦୀପକ ବୋଷ, ଡକ୍ଟର ସନ୍ତୋଷ କୁମାର ନାୟକ, ଅରୁଣା ରାୟ ପ୍ରମୁଖ ପୌରୋହିତ୍ୟ କରିବେ। ଏଥିରେ ଦୀପ୍ତି ଦାସ, ବିମଳ ଜେନା,ପ୍ରଶାନ୍ତ ଦାସ, ଶ୍ରୀଦେବ, ନିବାରଣ ଜେନା,ପ୍ରଦୀପ ଚାଟାର୍ଜ୍ଜୀ, ହେମେନ୍ଦ୍ର ମହାପାତ୍ର, ହରିଶ୍ଚନ୍ଦ୍ର ବେହେରା, ଚୌଧୁରୀ ସତ୍ୟବ୍ରତ ନନ୍ଦ, ଗଙ୍ଗାଧର ବିଶ୍ୱାଳ ଓ ପୁଷ୍ପାଞ୍ଜଳି ନାୟକଙ୍କ ସାହିତ୍ୟ କୃତି ଉପରେ ଆଲୋଚନା ହେବ। ଏହି ଆଲୋଚନା ସଭାମାନଙ୍କରେ ଡକ୍ଟର ରତ୍ନାକର ସିଂହ, ରଞ୍ଜନ ମହାନ୍ତି, ଚିତ୍ତରଞ୍ଜନ ସାହୁ, ଡକ୍ଟର ସାରଙ୍ଗଧର ତ୍ରିପାଠୀ, ମଧୁସୂଦନ ମିଶ୍ର, ଶୁଭଶ୍ରୀ ଦାଶ, ଲୋପାମୁଦ୍ରା ଦାସ, ଜ୍ଞାନେନ୍ଦ୍ର ପଣ୍ଡା, ରାଜସ୍ମିତା ସାହୁ, ତ୍ରିନାଥ ନନ୍ଦୀ, ରିତେଶ ଦାଶ, ଶ୍ରୀଦେବ, ପ୍ରଶାନ୍ତ ଦାସ, ଜୁମରନାଥ ପାତ୍ର, ଦୀପିକା ସେନାପତି, ଶୁଭଦ୍ରା ଦାସ ମହାପାତ୍ର, ତସ୍ଲିମା, ଡକ୍ଟର ସନ୍ତୋଷ ସାହୁ, ରଶ୍ମିତା ପରିଡ଼ା, ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ, ଗୀତା ରାଉତ, ଡକ୍ଟର ପ୍ରତୀଚୀ ନନ୍ଦ, ବାବୁଲୁ ପଧାନ, ସଞ୍ଜୟ ପଣ୍ଡା, ବିଦ୍ୟୁତପ୍ରଭା ପତି, ଅନିଶା ନାୟକ, ପୀତାମ୍ବର ବେହେରା, ଅଞ୍ଜଳି ପଣ୍ଡା ମମତା ମହାପାତ୍ର, ଶାନ୍ତିଲତା ପଣ୍ଡା, ଗୀତାଞ୍ଜଳି ଶତପଥୀ ପ୍ରମୁଖ ବକ୍ତା ଭାବରେ ଯୋଗ ଦେବେ। କାର୍ଯ୍ୟକ୍ରମରେ କଲ୍ୟାଣୀ ନନ୍ଦ, ବେଣୁଧର ସାହୁ, କରୁଣାକର ସ, ସୁବ୍ରତା ମହାନ୍ତି, ପଣ୍ଡିତ ସଞ୍ଜୟକୁମାର ପଣ୍ଡା ଆଦି ଅଂଶଗ୍ରହଣ କରିଥିଲେ।





