କଳାହାଣ୍ଡି ମହାରାଣୀ କସ୍ତୁରୀ କାମୋଦିନୀ ଦେବୀ ଟ୍ରଷ୍ଟ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ପାଇଁ ଲାଞ୍ଜିଗଡ଼ରେ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କଳାହାଣ୍ଡି ମହାରାଣୀ କସ୍ତୁରୀ କାମୋଦିନୀ ଦେବୀ ଟ୍ରଷ୍ଟ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ଆସନ୍ତା ଫେବୃଆରୀ ୨୪ ତାରିଖରେ ଲାଞ୍ଜିଗଡ଼ ଠାରେ ମହାରାଣୀ କସ୍ତୁରୀ କାମୋଦିନୀ ଦେବୀ ଟ୍ରଷ୍ଟ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିରରେ ଲାଞ୍ଜିଗଡ଼ ବ୍ଳକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅଧିକରୁ ଅଧିକ ଲୋକେ ମାଗଣାରେ ଚକ୍ଷୁ ଚିକିତ୍ସା କରିବେ ସେନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏଥିରେ ଚକ୍ଷୁ ଚିକିତ୍ସା ପାଇଁ ବିଶେଷଜ୍ଞ ଦ୍ବାରା ଚିକିତ୍ସା କରିବା ବ୍ୟବସ୍ଥା ରହିଥିବା ବେଳେ ପ୍ରାୟ ୩୦୦ ଶହରୁ ଉର୍ଦ୍ଧ୍ବ ବୈଠକରେ ଲାଞ୍ଜିଗଡ଼ ଅଞ୍ଚଳବାସୀଙ୍କ ସହିତ ଆଲୋଚନା ହୋଇଥିଲା। ଏହି ବୈଠକରେ ମହାରାଜା ଶ୍ରୀ ଦେଓଙ୍କ ସହିତ ଭବାନୀପାଟଣାରୁ ଅଶୋକ କୁମାର ନେଗି, ଲାଞ୍ଜିଗଡ଼ ହରିହର ସାଂସ୍କୃତିକ ସେବା ସମିତି ସଭାପତି ରାଜେନ୍ଦ୍ର ପ୍ରତାପ ସିଂ ଦେଓ, ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେଶନିଆ, ହରିହର ସାଂସ୍କୃତିକ ସେବା ସମିତିର ସାଧାରଣ ସମ୍ପାଦକ କାମରାଜ ଦଳବେହେରା,ଲାଞ୍ଜିଗଡ଼ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ବଜ ପେଶନିଆ,ବରିଷ୍ଠ ଆଇନଜୀବୀ ରଘୁନାଥ ମହାଖୁଡ,ଲାଞ୍ଜିଗଡ଼ ଯୁବକ ସଂଘ ପୂର୍ବତନ ସଭାପତି ଅଶୋକ ପଟ୍ଟନାୟକ, ଅବସରପ୍ରାପ୍ତ ଏବିଇଓ ଗୋପବନ୍ଧୁ ପୁଷ୍ଟି,ସୁବାସ ମହାପାତ୍ର, ଶ୍ରୀମୁଖ ଅଗସ୍ତି, ଶିଶିର ପୁଜାରୀ, ଅଭିମନ୍ୟୁ ପାତ୍ର, ତ୍ରିନାଥ ମହାଖୁଡ, ଲାଞ୍ଜିଗଡ଼ ଯୁବକ ସଂଘ ସମ୍ପାଦକ ଭୁପେନ୍ଦ୍ର ମହାରଥା ସମେତ ଅଞ୍ଚଳର ଶତାଧିକ ମହିଳା ପୁରୁଷ ଉପସ୍ଥିତ ରହି ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।ମହାରାଜା ଶ୍ରୀ ଦେଓ ସର୍ବ ପ୍ରଥମେ ଲାଞ୍ଜିଗଡ଼ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରି ବୈଠକ ପରେ ଲାଞ୍ଜିଗଡ଼ ସ୍ଥିତ ଐତିହାସିକ ଭୈରବ ଦେବଙ୍କ ପିଠାକୁ ଯାଇ ଦର୍ଶନ କରିଥିଲେ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.