ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): କଳାହାଣ୍ଡି ଜିଲ୍ଲା କଲମପୁର ଶାଖା ଭାରତୀୟ ଷ୍ଟେଟବ୍ୟାଙ୍କ ପକ୍ଷରୁ ଛାତ୍ରୀମାନଙ୍କୁ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କଲମପୁର ଶିଶୁ ବିଦ୍ୟା ମନ୍ଦିରରେ ଅଧ୍ୟୟନ କରୁଥିବା ଯେସିକା ପ୍ରଧାନୀ, ହିମାଦ୍ରି ମାଝୀ, ଶ୍ରେଜଲ ପଣ୍ଡା, ସାଗରିକା ନିଆଲ, ଅନୀତା ଗହିର, ଆରୋହୀ ମାଝୀ, ପ୍ରତିକ୍ଷା ବେହେରା, ଦରିତା ନିମୁଲିଆ, କିରଣମୟୀ ଦୁର୍ଗା ଓ ରିତିକା ନାଏକ ଏହି ଦଶଜଣ ଛାତ୍ରୀଙ୍କୁ ସାଇକେଲ ପ୍ରଦାନ କରାଯାଇଛି। ବ୍ୟାଙ୍କ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଶାଖା ପରିଚାଳକ ଓ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଉପସ୍ଥିତ ଥିଲେ।





