ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ବଡକିଆ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସାଉଁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀ ପରିଷଦ ତରଫରୁ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀ ଏବଂ ଅଭିଭାବକଙ୍କ ନିମନ୍ତେ ଏକ ‘ସହାୟତା କେନ୍ଦ୍ର’ ପରିଷଦର ସଭାପତି ଶ୍ରୀ ଜଳଧର ସାମଲଙ୍କ ଦ୍ଵାରା ଉଦଘାଟିତ ହେଇଯାଇଛି। ଏହି ସହାୟତା କେନ୍ଦ୍ରଟି ଫେବୃଆରୀ ୧୯ ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ଦିବସମାନଙ୍କରେ କାର୍ଯ୍ୟକାରୀ ରହିବ ବୋଲି ପରିଷଦର ସମ୍ପାଦକ ସୁଧାକର ସେଠୀ ଜଣାଇବା ସହ ବଡିକିଆ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପରିସରରେ ଅଭିଭାବକଙ୍କ ପାଇଁ ବିଶ୍ରାମ ନେବା ଏବଂ ବସିବା ପାଇଁ ସୁବ୍ୟବସ୍ଥା, ଶୁଦ୍ଧ ପାନୀୟ ଜଳ, ଆଶୁ ଚିକିତ୍ସା ସୁବିଧା, ପରୀକ୍ଷାର୍ଥୀମାନଙ୍କ ପାଇଁ ସମସ୍ତ ପରୀକ୍ଷା ଉପକରଣ ଆଦି ପରିଷଦ ତରଫରୁ ଉପଲବ୍ଧ କରାଯାଇଛି ବୋଲି ଜଣାଇଛନ୍ତି।
ଏହି ଅବସରରେ ଶ୍ରୀ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ପରିଷଦର ଶୁଭେଚ୍ଛୁ ତଥା ବୃନ୍ଦାବତୀ ସରକାରୀ ଉଚ୍ଚ ବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା ସ୍ଵର୍ଗତ ଶ୍ରୀ ଭାସ୍କର ଚନ୍ଦ୍ର ବାରିକଙ୍କ ଉଦ୍ଦେଶ୍ୟରେ ଦୁଇମିନଟ ନୀରବ ପ୍ରାର୍ଥନ ସହ ସ୍ମୃତିଚାରଣ କରାଯାଇଥିଲା। ଏହି ଅବସରରେ ଯୁବ ଆଇନଜିବୀ ପ୍ରଶାନ୍ତ କୁମାର ସାମଲ, ପରିଷଦର ଏହି ଅଭିନବ ପ୍ରୟାସକୁ ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ପରୀକ୍ଷାର୍ଥୀଙ୍କ ପାଇଁ ସଚେତନତା ଶିବିର କରିବା ପାଇଁ ପ୍ରସ୍ତାବ ରଖିଥିଲେ।
ପରିଷଦର ସହ ସମ୍ପାଦକ ନବକୁମାର ନାୟକ, ସତ୍ୟବ୍ରତ ସ, ରାମଚନ୍ଦ୍ର ମହାନ୍ତି, ଅଭିଭାବକ ବିଜୟ କୁମାର ଦାସ, ଜଗନ୍ନାଥ ସ୍ମୃତି ମଣ୍ଡପ କମିଟିର ଠକର ଚରଣ ପାଢୀ, ସରୋଜ କୁମାର ବେହେରା, ଡାକ୍ତର ମନୋଜ କୁମାର ବାରିକ ନିଜ ନିଜ କଥା ରଖିଥିଲେ। ପରିଷଦର ଯୁବ ସଂଗଠକ ରଶ୍ମୀରଞ୍ଜନ ଜେନା, ସାବିତ୍ରୀରାଣୀ ଦାସ, ଜୟଶ୍ରୀ ରାଉତ, ରାହୁଲ କୁମାର ବାରିକ, ଲକି ସାମଲ, ବିଶ୍ଵରଞ୍ଜନ ସାମଲ, ଭବେଶ କୁମାର ମହାନ୍ତି ସୁପରିଚାଳନା କରିଥିଲେ।
ଡ୍ରୋନ୍ ଜରିଆରେ ରାସ୍ତାରେ ଯାନବାହନ ଗହଳି ଓ ଟ୍ରାଫିକ୍ ନିୟନ୍ତ୍ରଣ ଆଦି ପରୀକ୍ଷା ପୂର୍ବରୁ ଅନବରତ ନିରୀକ୍ଷଣ କରି ଯଥାସମ୍ଭବ ସାହାଯ୍ୟ କରି ପରୀକ୍ଷା କେନ୍ଦ୍ରକୁ ଯିବାର ଗମନା ଗମନକୁ ଶୃଙ୍ଖଳିତ ଏବଂ ତ୍ଵରିତ କରିବାର ବ୍ୟବସ୍ଥା ପରିଷଦର ଯୁବ ସଂଗଠକ ଅଭ୍ୟୁଦୟମ୍ ମୁଖ୍ୟ ସବ୍ୟସାଚୀ ପ୍ରଧାନ ଏବଂ ଶୁଭ୍ରାଂଶୁ କୁମାର ରାଉତ ସମ୍ପାଦିତ କରିଥିଲେ।
ଅଭିଭାବକଙ୍କ ମଧ୍ୟରେ ହିମାଂଶୁ ପରିଡ଼ା, ରଞ୍ଜନ ନାୟକ, ଉମାକାନ୍ତ ଗୋଛାୟତ, ଶାନ୍ତନୁ କୁମାର ପାଣିଗ୍ରାହୀ, ସୁଧାକର ରାଉତ ଆଦି ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଶେଷରେ କାର୍ଯ୍ୟକ୍ରମର ସଂଯୋଜକ ମନ୍ମଥ କୁମାର ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ।





