ପଞ୍ଚୁଦଣ୍ଡ ପରିଚାଳନା ସମିତି ତରଫରୁ ୩୭ତମ ବାର୍ଷିକ ତେରଦଣ୍ଡ ମିଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ବାଲିଗୁଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସମିତି ର ମୁଖ୍ୟ ପରିଚାଳକ ରାଜ କିଶୋର ଦାସ ଙ୍କ ଆବାହକତ୍ୱରେ ଗୋଇବନ୍ଧ ସ୍ଥିତ ସାତାଜାର୍ଗୀ ପଡିଆ ରେ ଅନୁଷ୍ଠିତ ହୋଇଯାଇଛି l ବୈଠକ ଆରମ୍ଭରେ ଚଳିତ ବର୍ଷ ସମିତି ର ୪ ଜଣ ବରିଷ୍ଠ କର୍ମକର୍ତ୍ତା ରାମଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର କୁମାର ପାଣିଗ୍ରାହୀ, ଗୌର ଚନ୍ଦ୍ର ସୁଆର, ଓ ହିମାଂଶୁ ଶେଖର ଦାସ ଙ୍କ ଦେହାନ୍ତ ହୋଇଥିବା ପରିପ୍ରେକ୍ଷୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ପରେ ପରେ ବାର୍ଷିକ ଆୟ ବ୍ୟୟ ତଦାରଖ ସହ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କିପରି ଶାନ୍ତି ଶୃଙ୍ଖଳା ର ସହ ଆୟୋଜନ ହେବ ସେ ନେଇ ସବିଶେଷ ଆଲୋଚନା କରାଯାଇ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ ବିଭିନ୍ନ ବିଭାଗ ର ଦାୟିତ୍ୱ ବଣ୍ଟନ କରାଯାଇଥିଲା l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମିତିରେ କେତେକ ଭକ୍ତ ନୂତନ ସଦସ୍ୟତା ଗ୍ରହଣ କରିଥିବାରୁ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା l କୋଷାଧ୍ୟକ୍ଷ ଙ୍କ କାର୍ଯ୍ୟ କୁ ସାହାଯ୍ୟ କରିବା ପାଇଁ ଚଳିତ ବର୍ଷ ସହ କୋଷାଧ୍ୟକ୍ଷ ଭାବେ ସମିତି ର ସଦସ୍ୟ ଗଙ୍ଗାଧର ପଣ୍ଡା ଙ୍କୁ ମନୋନୀତ କରାଯାଇଥିଲା l ଏପ୍ରିଲ ୫ ତାରିଖ ରବିବାର ଦିନ ତେର ଶମ୍ଭୁ ମିଳନ ଉତ୍ସବ ଆୟୋଜନ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା l ଏଥିରେ ସମିତି ର ଉପଦେଷ୍ଟା ସୁରେଶ ଚନ୍ଦ୍ର ମହାନ୍ତି, ସଭାପତି କିଶୋର କୁମାର ପାଳ, ଉପ ସଭାପତି ସୁଜିତ୍ କୁମାର ପାଳ, ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ, ସହ ସମ୍ପାଦକ ଭଗବାନ ପଣ୍ଡା, କୋଷାଧ୍ୟକ୍ଷ ବଂଶୀଧର ପଣ୍ଡା, ଅଧିକାରୀ ଶିବରାମ ପ୍ରଧାନୀ, ସହ ଅଧିକାରୀ ମନୋଜ କୁମାର ପାଳ ଓ ବିଭିନ୍ନ ବିଭାଗ ରେ ମୁଖ୍ୟ ଭାବେ ଥିବା କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l ଶେଷରେ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.