ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସ୍ଥାନୀୟ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଏକ ବୃହତ୍ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କଳାହାଣ୍ଡି ବ୍ଲଡ୍ ବ୍ୟାଙ୍କ ତରଫରୁ ଡା. ଡୋଳାମଣୀ ମାଝୀ ସମେତ ସଞ୍ଜିବ ମହାକୁଡ, ଗିରିଶ ନାଏକ, ଜ୍ୟୋସ୍ନା ସେନାପତୀ ଓ ମଧୁସ୍ମିତା ସେନାପତି ଯୋଗଦାନ କରି ରକ୍ତଦାନ ଶିବିରର କାର୍ଯ୍ୟ ସଂପାଦନ କରିବା ସହ ରଦାରଖ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡ ଏହି ଶିବିରକୁ ଉଦ୍ଘାଟନ କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ଡାକ୍ତର ଜୟନ୍ତ କୁମାର ଦଣ୍ଡସେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ରକ୍ତଦାତା ଓ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ। ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ, ସୁଶାନ୍ତ କୁମାର ଦାଶ, ଜାତୀୟ ସେବାଯୋଜନା କାର୍ଯ୍ୟକ୍ରମ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ, ରେଡ୍କ୍ରସ କାର୍ଯ୍ୟକ୍ରମ ଅଧିକାରୀ ପୁରୀତ ରଣା, ମିନିକେତନ ସାହୁ, ଫାଲଗୁନି ପ୍ରଧାନୀ, ମିକୁମିକ୍ସ ନିଆଲ, ମନ୍ଦାକିନୀ ପ୍ରଧାନ, ଅନୁକୁଲ ସାହାଣି ଆଦି ଏହାର ସଫଳତା ପାଇଁ କାର୍ଯ୍ୟ କରିଥିବା ବେଳେ ସମୁଦାୟ ୩୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।





