ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ପାଳିତ ହେଲା ବସନ୍ତ କୁମାର ଶତପଥୀଙ୍କ ଶ୍ରାଦ୍ଧୋତ୍ସବ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): କବିତୀର୍ଥ ଶାନ୍ତିକାନନ ଠାରେ ଫକୀର ମୋହନ ସାହିତ୍ୟ ପରିଷଦ ତରଫରୁ ବିଶିଷ୍ଟ କଥାକାର ବସନ୍ତ କୁମାର ଶତପଥୀଙ୍କ ୩୩ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି। ପରିଷଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟର ବିଭାଗ ମୁଖ୍ୟ ଡକ୍ଟର ସନ୍ତୋଷ କୁମାର ନାୟକ କହିଥିଲେ ଯେ ବ୍ୟକ୍ତିଗତ କ୍ଷୋଭର ପ୍ରତିଫଳନ ହିଁ ବସନ୍ତୀୟ ଗଳ୍ପ ଚେତନାର ମୂଳ ଉତ୍ସ ।ସଭାପତି ଡକ୍ଟର ପାତ୍ର କହିଥିଲେ ଯେ ଦୁଃଖ ଯନ୍ତ୍ରଣାକୁ ପାସୋରିବା ପାଇଁ ଚେଷ୍ଟା ଭିତରେ ଗଳ୍ପ ଓ ରମ୍ୟରଚନା ହୋଇଥିଲା ବସନ୍ତ ଶତପଥୀଙ୍କ ଜୀବନର ପେସା। ପରିଷଦର ସମ୍ପାଦକ ଡକ୍ଟର ରତ୍ନାକର ସିଂହ ନିଜର ପ୍ରାକ୍ ଭାଷରେ ଉଲ୍ଲେଖ କରିଥିଲେ ଯେ ହାସ୍ୟରସ ତାଙ୍କ ଗଳ୍ପର ଦୃଶ୍ୟମାନ ଦିଗ ହେଲେ ହେଁ ରଚନାର ଅନ୍ତଃସ୍ଥଳରେ ଜୀବନ-ଜଗତ-ମଣିଷ ପ୍ରତି ଦରଦ ପ୍ରତିଫଳିତ ହୋଇଛି। ବାଲେଶ୍ବରର ବହୁ ବୁଦ୍ଧିଜୀବୀ, ସାରସ୍ୱତ ସାଧକ ଏବଂ ବସନ୍ତ ଶତପଥୀଙ୍କର ସାନ ପୁତ୍ର ସୁରଜିତ ଶତପଥୀ ମଧ୍ୟ ଉକ୍ତ ସଭାରେ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.