ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଇନଟ୍ୟାକ୍ ସୋନପୁର ଚ୍ୟାପ୍ଟର ଆବାହକ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଚ୍ୟାପ୍ଟରର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ମହାନଦୀ ସାହିତ୍ୟ ସଂସଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚ୍ୟାପ୍ଟରର କାର୍ଯ୍ୟ ନିର୍ବାହୀ ସମିତି ଗଠନ ହୋଇଥିଲା । ସମିତିର ସଦସ୍ୟ ଭାବେ ଚ୍ୟାପ୍ଟର ଆବାହକ ପ୍ରଦ୍ୟୁମ୍ନ କୁମାର ସାହୁ, ସହ-ଆବାହକ ବନମାଳି ପଣ୍ଡାଙ୍କ ସମେତ ଅବସରପ୍ରାପ୍ତ ସିଡ଼ିଏମଓ ଡ଼ାକ୍ତର ରାଜେନ୍ଦ୍ର କୁମାର ମିଶ୍ର, ଅଧ୍ୟାପକ ଡ. ସୌରଭ ରଂଜନ ଖମାରୀ, ଦେବକୀ ନନ୍ଦନ ମିଶ୍ର ଏବଂ ସିଦ୍ଧାର୍ଥ ଅଗ୍ରୱାଲ ମନୋନୀତ ହୋଇଥିଲେ । ବିଗତ ଦିନରେ ଚ୍ୟାପ୍ଟର ତରଫରୁ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହେବା ସହ ଐତିହ୍ୟର ସୁରକ୍ଷା ଦିଗରେ ଚ୍ୟାପ୍ଟର ତାର କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟସ୍ତରରେ ହେରିଟେଜ କ୍ଲବ ଗଠନ ସହ, ଐତିହ୍ୟ ପଦଯାତ୍ରା, ପ୍ରକୃତି ପଦଯାତ୍ରା, ସୁବର୍ଣ୍ଣପୁର ସହରରେ ସ୍ଥିତ ମନ୍ଦିର ଗୁଡ଼ିକର ପ୍ରସ୍ତାବିତ ଫର୍ମାଟରେ ତାଲିକା ପ୍ରସ୍ତୁତି, ଲୁପ୍ତପ୍ରାୟ ଐତିହ୍ୟର ସୁରକ୍ଷା ଓ ବୃତ୍ତ ପ୍ରସ୍ତୁତି, କର୍ମଶାଳା ଆୟୋଜନ ଆଦି କାର୍ଯ୍ୟକ୍ରମକୁ ନିୟମିତ ବ୍ୟବଧାନରେ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବିଶେଷ କରି ଛାତ୍ରଛାତ୍ରୀ ମାନଙ୍କୁ ଐତିହ୍ୟ ସୁରକ୍ଷା ଦିଗରେ ସାମିଲ କରିବା ପାଇଁ ତାଙ୍କୁ ସଦସ୍ୟ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଗଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ପାଢ଼ୀ, ଐତିହାସିକ ସୁଦାମ ନାଏକ, ବଳଦେବ ପ୍ରଧାନ, ଦେବାଶିଷ ପ୍ରଧାନ, ଡ. ମୀନକେତନ କୁମାର, କୈକାଶ ଚ଼ାନ୍ଦ୍ , ବିଭୂତି ଭୂଷଣ ଓତା, ବାଙ୍କା ବିହାରୀ ପଣ୍ଡା, ଦୁର୍ଯ୍ୟୋଧନ ମେହେର, ସତ୍ୟପ୍ରିୟ ମହଲା, ବିଶ୍ଵଜିତ ମହାପାତ୍ର ପ୍ରମୂଖ ଯୋଗ ଦେଇଥିଲେ ।




