ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ସ୍ତରୀୟ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ବିଶ୍ଵନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି କର୍ମଶାଳାକୁ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ଗୋଷ୍ଠି ଶିକ୍ଷାଧିକାରୀ ରୁଷିଆ ମେହେର ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ସୁଢ଼ଳଦେବ ମୁଣ୍ଡ,ଭାରତ ଭୁଷଣ ସାହୁ ଏବଂ ୧୩ ଗୋଟି ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ମାନେ ଉପସ୍ଥିତ ଥିଲେ। ମଙ୍ଗଳବାର ଉଦଯାପିତ ଦିବସରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସଂଜୀବ କୁମାର ନାୟକ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଗୋଷ୍ଠି ଶିକ୍ଷା ଅଧିକାରୀ ରୁଷିଆ ମେହେର, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭାରତ ଭୁଷଣ ସାହୁ, ଚମ୍ପାଦେଇପୁର ଆଞ୍ଚିଲିକ ସାଧନ କେନ୍ଦ୍ର ସଂଯୋଜକ ସୌଭାଗ୍ୟ ରଂଜନ ସାହୁ, ବିଶ୍ଵନାଥପୁର ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଦୁଃଖୀ ଶ୍ୟାମ ବାରିକଙ୍କ ସମେତ ୧୩ ଗୋଷ୍ଠୀ କ୍ଲଷ୍ଟରରୁ ୩ ଜଣ ଲେଖାଏଁ ସମୁଦାୟ ୩୯ ଦକ୍ଷ ଶିକ୍ଷକ,ଶିକ୍ଷୟତ୍ରୀ ଯୋଗ ଦେଇ ଥିଲେ। ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀ ମେହେର ଉପସ୍ଥିତ ରହି ଶିକ୍ଷକ ମାନଙ୍କୁ ଶିକ୍ଷଣ ସାମଗ୍ରୀ ବ୍ୟବହାର ମାଧ୍ୟମରେ ଶିକ୍ଷାଦାନକୁ ଆହୁରି ଆକର୍ଷଣୀୟ ଓ ଫଳ ଦାୟକ କରିବାକୁ ପରାମର୍ଶ ଦେଇଥିଲେ।





