ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପ୍ରାଚୀନ ଧର୍ମଧାରାର ପ୍ରତୀକ ମାଁ ଠାକୁରାଣୀଙ୍କ ଝାମୁଯାତ୍ରା ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ସ୍ଥିତ ଲାଖବହାଲି ମାଁ ଠାକୁରାଣୀଙ୍କ ପୀଠ ଏନେଇ ଉତ୍ସବ ମୁଖର ହୋଇଉଠିଛି। ପ୍ରଥମେ ଗାଁରୁ ବିଭିନ୍ନ ପ୍ରକାର ଶସ୍ୟ ଧାନ, ବିରି,ମୁଗ, କୋଲତ, ମକା, ସଂଗ୍ରହ କରି ନୂଆଁ ବାଉଁଶରେ ସାତଟି ଚାଙ୍ଗୁଡ଼ି ତିଆରି କରି ଚାଙ୍ଗୁଡ଼ିରେ ନିକଟସ୍ଥ ଖଣ୍ଡାଧୁଆ ନଦୀରୁ ବାଲି କଢାଯାଇଥିଲା।
ପରେ ୭ଟି ନୂଆଁ ଚାଙ୍ଗଡିରେ ଗାଁରୁ ସଂଗୃହିତ ବିଭିନ୍ନ ପ୍ରକାର ବିହନକୁ ଗଜା ହେବାପାଇଁ ବାଲି ଚାଙ୍ଗୁଡ଼ିରେ ପକାଯାଇଥିଲା। ସେହି ବାଲି ଗଜାକୁ ସାତଦିନ ପର୍ଯ୍ୟନ୍ତ ରିନିନୀତି ଅନୁସାରେ ମନ୍ଦିର ପୂଜକ ପୂଜାର୍ଚ୍ଚନା କରିଥିଲେ ଓ ନିକଟସ୍ଥ ଶୁଣେଶରୁ ଜଙ୍ଗଲକୁ ଯାଇ ବେଳକଣ୍ଟା ଆଣି ପୂଜକ ମାନେ ବେଳ କଣ୍ଟାରେ ଝାମେର ଦୋଲି ପ୍ରସ୍ତୁତ କରିଥିଲେ। ଯାତ୍ରା ଦିନ ବେଳକଣ୍ଟା ଦୋଳିରେ ବସି ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ ଡହଡ଼ହ ତତଲା କାଳିସୀ ନିଆଁରେ ଚାଲିବା ସହ ନିଜର ଶକ୍ତିର ପରିଚୟ ଦେଇଥିଲେ। ଏହାପରେ ମାନସିକ କରିଥିବା ଭକ୍ତ ମାନେ ମାନସିକ ଅନୁଯାୟୀ ଛେଳି,କୁକୁଡ଼ା ଓ ପାରା ବଳି ଦେଇଥିଲେ ।

ମାଁ ଠାକୁରାଣୀଙ୍କ ମୁଖ୍ୟ ପୂଜକ ରାମ ଚନ୍ଦ୍ର ନାଏକ, ବାହୁକ ଅଭିରାମ ନାଏକ, ରୋଶନ ମାଝୀ, ମାଁ ଠାକୁରାଣୀ ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟ ସୁରେଶ ନାଏକ, ଶିବରାମ କରକରିଆ, ସାନ ବାବୁ ମାଝୀ, ନିବାସୀ ନାଏକ, ସୁଶାନ୍ତ ନିଆଲ, ସୁନ୍ଦର ନିଆଲ, ଗୋରାଙ୍ଗ ଛତ୍ରୀୟା, କନେଇ ତାଣ୍ଡି,କାଳିଆ ମାଝୀ, ଜମା ମାଝୀ ଲକ୍ଷ୍ମଣ ମାଝୀ,ସମେତ ଗ୍ରାମବାସି ସହଯୋଗ କରିଥିବା ବେଳେ ମାଁ ଠାକୁରାଣୀଙ୍କ ଝାମୁ ଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିଲା।






