ଓଡ଼ିଆ ବାର୍ତ୍ତା/ ମୁରିବାହାଲ / କଣ୍ଟାବାଞ୍ଜି (ଅମରେଶ ମାଝୀ): କଣ୍ଟାବାଞ୍ଜିକୁ ନୂତନ ରାଜସ୍ବ ଜିଲ୍ଲା ଭାବେ ଘୋଷଣା କରିବା ଦାବି କେବଳ ଏକ ସାଧାରଣ ଦାବି ନୁହେଁ, ଏହା ଏଠାକାର ଲୋକ ମାନଙ୍କ ଦୀର୍ଘଦିନର ନ୍ୟାୟସଙ୍ଗତ ଅଧିକାର ଓ ଆତ୍ମ ସମ୍ମାନର ପ୍ରଶ୍ନ। ଏହି ଦୃଢ଼ ଓ ନ୍ୟାୟସଙ୍ଗତ ଦାବିକୁ ସରକାରଙ୍କ ସମ୍ମୁଖରେ ସଶକ୍ର ଭାବେ ଉପସ୍ଥାପନ କରି ମାନ୍ୟବର କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ରାଜସ୍ବ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରି ଅଞ୍ଚଳର ଉନ୍ନତି ପ୍ରତି ତାଙ୍କ ଅଟୁଟ ସମର୍ପଣ, ଦାୟିତ୍ବବୋଧ ଓ ସଙ୍କଳ୍ପ ଶକ୍ତିର ସ୍ପଷ୍ଟ ପରିଚୟ ଦେଇଛନ୍ତି। ଏହା ପାଇଁ ତାଙ୍କୁ ହୃଦୟର ଗଭୀରତାରୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି ସ୍ଥାନୀୟ ଲୋକେ।ଏବେ ସମୟ ଆସିଛି; “ଲୋକଙ୍କ ସରକାର” ପ୍ରକୃତରେ ଲୋକଙ୍କ ଆଶା, ଆକାଂକ୍ଷା ଓ ଭାବନାକୁ ସମ୍ମାନ ଦେଇ ଏକ ଐତିହାସିକ ସିଦ୍ଧାନ୍ତ ଗ୍ରହଣ କରନ୍ତୁ। ପଶ୍ଚିମ ଓଡ଼ିଶାର ଉପାନ୍ତିରେ ଅବସ୍ଥିତ କଣ୍ଟାବାଞ୍ଜି ଅଞ୍ଚଳର ଲକ୍ଷାକ ଲୋକମାନେ ବର୍ଷରୁ ବର୍ଷ ପର୍ଯ୍ୟନ୍ତ ପ୍ରଶାସନିକ ଅସୁବିଧା, ମୌଳିକ ସୁବିଧାର ଅଭାବ ଓ ବିଭିନ୍ନ ସରକାରୀ ଯୋଜନାର ସମୟୋପଯୁକ୍ତ ଲାଭରୁ ବଞ୍ଚିତ ହୋଇ ଆସୁଛନ୍ତି। ଏହି ଅବହେଳାକୁ ଆଉ ଦୀର୍ଘ କରିବା ଅନୁଚିତ ବୋଲି ଲୋକ ମତ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀଙ୍କୁ ଆମର ସପ୍ରମାଣ, ସଂକଳ୍ପବଦ୍ଧ ଓ ଦୃଢ଼ ଦାବି କଣ୍ଟାବାଞ୍ଜିର ଏହି ନ୍ୟାୟସଙ୍ଗତ ଆବଶ୍ୟକତାକୁ ପ୍ରାଥମିକତା ଦେଇ ଅଞ୍ଚଳର ସର୍ବାଙ୍ଗୀନ ବିକାଶ, ପ୍ରଶାସନିକ ସୁବିଧା ଓ ଲୋକହିତକୁ ଦୃଷ୍ଟିରେ ରଖ୍ ଶୀଘ୍ର କଣ୍ଟାବାଞ୍ଜିକୁ ନୂତନ ରାଜସ୍ବ ଜିଲ୍ଲା ଭାବେ ଘୋଷଣା କରାଯାଉ ବୋଲି ଜନସାଧାରଣରେ ଦୃଢୋକ୍ତି ପ୍ରକାଶ ପାଇଛି। ମାନ୍ୟବର ବିଧାୟକଙ୍କ ବଳିଷ୍ଠ ନେତୃତ୍ବରେ ଅଞ୍ଚଳରେ ନ୍ୟାୟପୂର୍ଣ୍ଣ ଦାବିକୁ ସୁସଂଗଠିତ ଓ ପ୍ରଭାବଶାଳୀ ଭାବେ ରାଜ୍ୟ ସରକାରଙ୍କ ନଜରକୁ ଆଣିବା ନିଶ୍ଚୟ ଭାବେ ପ୍ରଶଂସନୀୟ। ପୁଣିଥରେ ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ପକ୍ଷରୁ ତାଙ୍କୁ ଆନ୍ତରିକ ସାଧୁବାଦ ଜଣାଇଛନ୍ତି। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଓ ସହର ବାସୀ କହିଛନ୍ତି ଯେ ଆମେ ଆଶା ଓ ବିଶ୍ବାସ କରୁଅଛୁ ଯେ ଆଗାମୀ ଦିନରେ ମଧ୍ୟ ବିଧାୟକ ଲକ୍ଷ୍ମଣ ବାଗଙ୍କ ନେତୃତ୍ବ ଓ ପ୍ରୟାସରେ କଣ୍ଟାବାଞ୍ଜି ଅଞ୍ଚଳ ଉନ୍ନତିର ନୂତନ ଶିଖରକୁ ସ୍ପର୍ଶ କରିବ।





